ରାଜସ୍ଥାନକୁ ନେଇ କପିଲ ସିବଲ ଚିନ୍ତିତ, କହିଲେ- କଣ ଆମେ ତେବେ ଜାଗିବୁ, ଯେବେ ଘୋଡାଶାଳରୁ ଘୋଡା ଚାଲି ଯାଇଥିବ ?

Published By : Prameya-News7 Bureau | July 12, 2020 IST

ନୂଆଦିଲ୍ଲୀ ୧୨।୦୭: ରାଜସ୍ଥାନ କଂଗ୍ରେସର ସଙ୍କଟ ଉପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଚିନ୍ତା ପ୍ରକଟ କରିଛନ୍ତି। ସିବଲ କହିଛନ୍ତି ଆମେ ଆଉ କେବେ ଜାଗ୍ରତ ହେବା ? କଣ ଆମେ ତେବେ ଚେତିବା ଯେବେ ଆମ ଘୋଡା ଘୋଡାଶାଳରୁ ଚାଲିଯାଇଥିବ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ କଂଗ୍ରେସ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର ରଚୁଥିବା ଅଭିଯୋଗ କରିଛନ୍ତି। ବିଜେପି ୧୦ ରୁ ୧୫ କୋଟି ଟଙ୍କା ଦେଇ ରାଜସ୍ଥାନର କଂଗ୍ରେସ ଓ ନିର୍ଦ୍ଦଳୀୟ  ବିଧାୟକଙ୍କୁ କିଣିବାକୁ ଉଦ୍ୟମ  କରୁଥିବା ଗେହଲଟ  କହିଛନ୍ତି।

ରାଜସ୍ଥାନରେ ଜାରି ରାଜନୈତିକ ଘଟଣାକ୍ରମ ଉପରେ କପିଲ ସିବଲ ଟ୍ଵିଟ୍ କରି କହିଛନ୍ତି ନିଜ ପାର୍ଟି ପାଇଁ ମୁଁ ଚିନ୍ତିତ। କଣ ଘୋଡା ଘୋଡାଶାଳରୁ ଚାଲି ଯିବା ପରେ ଆମେ ଜାଗିବୁ ? ଏହି ଟ୍ଵିଟ୍‌ କପିଲ ସିବଲ ଅନ୍ୟ କୌଣସି ରାଜ୍ୟର ଘଟଣାକ୍ରମ ଉଲ୍ଲେଖ  କରି ନାହାନ୍ତି ବରଂ ଇସାରା ଇସାରାରେ ରାଜସ୍ଥାନରେ କଂଗ୍ରେସ ଦଳ ଭିତରେ ଜାରି ଆଭ୍ୟନ୍ତରୀଣ କନ୍ଦଳ ପ୍ରତି ପାର୍ଟି ହାଇକମାଣ୍ଡଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଘଟଣାରେ ସେ ହାଇକମାଣ୍ଡଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ମଧ୍ୟ କହିଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ସଂପ୍ରତି ସଚିନ ପାଇଲଟ୍‌ଙ୍କ ବିଦ୍ରୋହୀ ଆଭିମୁଖ୍ୟ ଜୟପୁରଠୁ ନେଇ ଦିଲ୍ଲୀର ରାଜନୀତିକୁ ସରଗରମ କରିଛି। ପାଇଲଟ୍‌ ନିଜର ବିଧାୟକଙ୍କ ସହିତ ଦିଲ୍ଲୀରେ ଡେରା ପକାଇଛନ୍ତି। ତାଙ୍କ ସହିତ ୨୩ ରୁ ୨୪ ବିଧାୟକ ଥିବା କୁହାଯାଉଛି। ଅନ୍ୟପଟେ ଜୟପୁରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶନିବାର ରାତିଠୁ ବିଧାୟକ, ନେତାଙ୍କ ସହିତ ମାରାଥନ ବୈଠକ ଜାରି ରହିଛି।

ଗେହଲଟ ଏବଂ ପାଇଲଟ୍‌ଙ୍କ ମଧ୍ୟରେ ଜାରି ମତଭେଦ ଏବେ ଆର କିମ୍ବା ପାରର ରୂପ ନେବାକୁ ଯାଉଛି। ଏବେ ମାମଲା ରାଜ୍ୟସ୍ତରରୁ ଉପରକୁ ଯାଇ ସାରିଛି। ଯଦି ଦଳୀୟ ହାଇକମାଣ୍ଡ ସମୟ ପୂର୍ବରୁ ହସ୍ତକ୍ଷେପ ନକରନ୍ତି ତେବେ ରାଜ୍ୟରେ କଂଗ୍ରେସ ମଧ୍ୟରେ ଜାରି କ୍ଷମତା ସଂଘର୍ଷ ପାର୍ଟି ପାଇଁ ମହଙ୍ଗା ପଡିପାରେ। ଅନ୍ୟପକ୍ଷେ ବିଜେପି ପୂରା ଘଟଣାକ୍ରମକୁ କଂଗ୍ରେସର ଏହା ଆଭ୍ୟନ୍ତରୀଣ କନ୍ଦଳ କହି ଏଥିରେ ତାର କୌଣସି ସଂପର୍କ ନଥିବା କହିଛି।  ବିଜେପି ସଂପ୍ରତି ଦେଖ ଏବଂ ଅପେକ୍ଷା କର ନୀତି ଆପଣାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.