Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ରାଜନୈତିକ ସଙ୍କଟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଗେହଲଟ, କହିଲେ- ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଚାଲିଛି ପ୍ରୟାସ

22/07/2020 at 8:10 PM

ଜୟପୁର ୨୨।୦୭: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଗେହଲଟ୍ ଚିଠି ଜରିଆରେ ଜନତାଙ୍କ ଦ୍ଵାରା ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଥିବା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

ସରକାର ଭାଙ୍ଗିବାରେ ବିଜେପି ନେତାଙ୍କ ନାମ ସାମିଲ। ଏହି ଷଡଯନ୍ତ୍ରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କ ନାମ ରହିଛି। ଆମ ପାର୍ଟିର ଅତି ମହତ୍ଵାକାଂକ୍ଷୀ ନେତା ମଧ୍ୟ ଏଥିରେ ସାମିଲ। ବିଧାୟକଙ୍କ ଘୋଡା ବେପାର କରି ସରକାର ଭାଙ୍ଗିବାକୁ ପ୍ରୟାସ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି 

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପକ୍ଷରୁ ଏହି ଚିଠି ପ୍ରଧାନମନ୍ତ୍ରୀଙ୍କୁ ଜୁଲାଇ ୧୯ରେ ଲେଖା ଯାଇଥିଲା, ଯାହା ଏବେ ସାମ୍ନାକୁ ଆସିଛି। ଗେହଲଟ ମଧ୍ୟପ୍ରଦେଶରେ ସରକାର କେମିତି ଭଙ୍ଗାଗଲା ତାହା ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି କରୋନା କାଳରେ କମଲନାଥ ସରକାର ମଧ୍ୟ ବିଜେପିର ଷଡଯନ୍ତ୍ରରେ ଭାଙ୍ଗିଥିଲା।

ଗେହଲଟ କହିଛନ୍ତି କରୋନା ସଙ୍କଟ ମଧ୍ୟରେ ଲୋକଙ୍କୁ ସାହାଯ୍ୟ କରିବା ଆମର ପ୍ରଥମ ପ୍ରାଥମିକତା। ମାତ୍ର ରାଜ୍ୟରେ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର ଚାଲିଛି। ମାତ୍ର ଆମ ସରକାର ସୁଶାସନ ଦେଇ ନିଜର କାର୍ଯ୍ୟକାଳ ପୂରା କରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଗେହଲଟ।

ସୂଚନାଯୋଗ୍ୟ, ରାଜନୈତିକ ଘଟଣାକ୍ରମ ମଧ୍ୟରେ କିଛି ଦିନ ପୂର୍ବେ ସରକାର ଭାଙ୍ଗିବା ସଂପର୍କିତ କଥିତ ଅଡିଓ ଟେପ୍ ସାମ୍ନାକୁ ଆସିଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କ ସ୍ଵର ଥିବା କଂଗ୍ରେସ ଅଭିଯୋଗ କରିଥିଲା। ସେ ଭଅଁରଲାଲ ଶର୍ମାଙ୍କ ସହ ଅର୍ଥ ନେଣଦେଣ କଥା ହୋଇଥିବା କଂଗ୍ରେସ କହିଛି। ଏହାକୁ ନେଇ ରାଜସ୍ଥାନର ଏସଓଜି ଟିମ୍ ଗଜେନ୍ଦ୍ର ସିଂହଙ୍କ ସ୍ଵରର ନମୂନା ବା ଭଏସ ସାମ୍ପୁଲ ନେବାକୁ ଆସିଥିଲେ। ଅଡିଓ ଟେପ୍‌ରେ ତାଙ୍କର ସ୍ଵର ନଥିବା ଏବଂ ଏହି ପ୍ରକରଣରେ ସେ ସାମିଲ ନଥିବା ମନ୍ତ୍ରୀ ଗଜେନ୍ଦ୍ର ଦୃଢୋକ୍ତି ପ୍ରକାଶ କରି କହିଛନ୍ତି।

ଏହି ଟେପ୍‌ କାଣ୍ଡରେ ବିଜେପି ନେତା ସଞ୍ଜୟ ଜୈନଙ୍କୁ ଏସଓଜି ଗିରଫ କରିଥିଲା। ଜିଲ୍ଲା ଅଦାଲତ ୨ ଜୈନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ପଠାଇ ଦେଇଛି। ଏହା ପୂର୍ବରୁ ଜୁଲାଇ ୧୮ରେ କୋର୍ଟ ଚାରି ଦିନିଆ ରିମାଣ୍ଡରେ ପଠାଇ ଥିଲା।

   Related Posts