Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବିଧାୟକ ଦଳ ବୈଠକରେ ଗେହଲଟଙ୍କ ରଣହୁଙ୍କାର: ଆବଶ୍ୟକ ପଡିଲେ ରାଷ୍ଟ୍ରପତିଙ୍କୁ ଭେଟିବୁ ଓ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ପ୍ରଦର୍ଶନ କରିବୁ

25/07/2020 at 4:24 PM

ଜୟପୁର ୨୫।୦୭: ରାଜସ୍ଥାନରେ କଂଗ୍ରେସ ଭିତରେ ଜାରି ଅନ୍ତର୍ଦ୍ଵନ୍ଦ ଓ ରାଜନୈତିକ ଘଟଣାକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଡ ବୟାନ ଦେଇଛନ୍ତି। ଜୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକରେ ସେ କହିଛନ୍ତି ଯଦି ଆବଶ୍ୟକ ପଡେ ତେବେ ରାଷ୍ଟ୍ରପତି ଭବନ ଯିବେ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବେ। ପୁଣି ଆବଶ୍ୟକ ପଡିଲେ ପ୍ରଧାନମନ୍ତ୍ରୀ ବାସଭବନ ସାମ୍ନାରେ ପ୍ରଦର୍ଶନ ମଧ୍ୟ କରିବେ। ବିଧାନସଭା ଅଧିବେଶନ ଡକାଇବା ନେଇ ମୁଖ୍ୟମନ୍ତ୍ରୀ ଗେହଲଟ ପୁଣି ଥରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଆଜି ସନ୍ଧ୍ୟାରେ ସାକ୍ଷାତ କରିବେ।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରଥମେ ଅପରାହ୍ନ ୪ଟାରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏବେ ଖବର ରହିଛି ସନ୍ଧ୍ୟାରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ଦେଇଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ୍ ବୈଠକ ବସିବ। ଏହା ପୂର୍ବରୁ ଜୟପୁରର ଫେୟାରମୋଣ୍ଟ ହୋଟେଲ୍‌ରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା।

ଏହି ବୈଠକରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିଦୃଶ୍ୟ ଉପରେ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଆବଶ୍ୟକ ପଡିଲେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ। ପୁଣି ଆବଶ୍ୟକ ପଡିଲେ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିବେ। ଅଶୋକ ଗେହଲଟ ବିଧାନସଭା ପହଞ୍ଚି ସଂଖ୍ୟା ଗରିଷ୍ଠତା ଜରିଆରେ ବିରୋଧୀକୁ ଜବାବ ଦେବାକୁ ଚାହୁଁଛନ୍ତି। ସେ ଜଣାଇବାକୁ ଚାହାନ୍ତି ଯେ ସଚିନ ପାଇଲଟ୍ ଦଳରୁ ଅଲଗା ହେଲେ ମଧ୍ୟ ତାଙ୍କ ସରକାର ଉପରେ କୌଣସି ବିପଦ ନାହିଁ। ଏହି କାରଣରୁ ସେ ଲଗାତାର ରାଜ୍ୟପାଳଙ୍କୁ ବିଧାନସଭା ଅଧିବେଶନ ଡକାଇବାକୁ ଦାବି କରୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ତରଫରୁ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ।

ଅନ୍ୟପଟେ ବିଜେପି ନେତା ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିବାକୁ ଯାଉଛନ୍ତି। ରାଜ୍ୟରେ କରୋନା ଓ ତତଜନିତ ସ୍ଥିତିକୁ ନେଇ ରାଜ୍ୟପାଳ ରାଜସ୍ଥାନ ବିଜେପିର ଏକ ପ୍ରତିନିଧିମଣ୍ଡଳକୁ ସାକ୍ଷାତ କରିବେ। ବିଜେପି ପ୍ରଦେଶ ସଭାପତି ସତିଶ ପୁନିଆ ଓ ବିରୋଧୀ ଦଳ ନେତା ଗୁଲାବ ଚନ୍ଦ କଟାରିଆଙ୍କ ନେତୃତ୍ଵରେ ସନ୍ଧ୍ୟା ୫ଟାରେ ରାଜଭବନରେ ପ୍ରତିନିଧିମଣ୍ଡଳ ରାଜ୍ୟପାଳଙ୍କୁ ଭେଟିବେ।

   Related Posts