Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଧାୟକ ଦଳ ବୈଠକରେ ଗେହଲଟ୍ କହିଲେ- ୧୯ବିଧାୟକଙ୍କ ବିନା ମଧ୍ୟ ପ୍ରମାଣ କରିଥାନ୍ତୁ ସଂଖ୍ୟା ଗରିଷ୍ଠତା

13/08/2020 at 9:51 PM

ନୂଆଦିଲ୍ଲୀ ୧୩।୮: ରାଜସ୍ଥାନର ଅଶୋକ ଗେହଲଟ୍ ସରକାରରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ରାଜନୈତିକ ସଙ୍କଟ ଶେଷ ହୋଇଛି । କିନ୍ତୁ ଉପର ସ୍ତରରେ ତିକ୍ତତା ଦେଖାଯାଉଛି । ବିଦ୍ରୋହୀ ସଚିନ ପାଇଲଟଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ, ଏହି ୧୯ ଜଣ ବିଧାୟକଙ୍କ ବିନା ଆମେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଥାନ୍ତୁ ।

ବିବାଦ ପରେ ଦୁଇ ନେତା ଆଜି ଭେଟିଥିଲେ ।ରାଜ୍ୟରେ ଦୁଇ ନେତାଙ୍କ ମଧ୍ୟରେ ବିବାଦ ଦୀର୍ଘ ସମୟ ଧରି ରହିଲା ଏବଂ କଂଗ୍ରେସର ବରିଷ୍ଠ ନେତୃତ୍ବଙ୍କ ହସ୍ତକ୍ଷେପ ପରେ ଏବେ ବିବାଦ ଶେଷ ହୋଇଛି । ବିବାଦ ଶେଷ ହେବା ପରେ ଆଜି ଦୁଇ ନେତା ଭେଟିଥିଲେ ।

ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ ସଚିନ ପାଇଲଟ ଏବଂ ଅଶୋକ ଗେହଲଟ୍ ଦଳର ସମସ୍ତ ବିଧାୟକ ଏକାଠି ହୋଇଥିଲେ ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟ୍ ଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଘୋଷଣା କରିଛନ୍ତି ଯେ କଂଗ୍ରେସ ନିଜେ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଉପସ୍ଥାପନ କରିବ ।

ପାଇଲଟଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ଆମେ ନିଜେ ବିଧାନସଭାରେ ଆସ୍ଥା ଭୋଟ୍ ଆଣିବୁ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା ଯେତେବେଳେ ସେ କହିଥିଲେ ଯେ ସମସ୍ତ ଘଟଣା ଭୁଲିଯିବା ଉଚିତ୍ । ଏହି ୧୯ ଜଣ ବିଧାୟକଙ୍କ ବିନା ଆମେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥାନ୍ତୁ ।

ତେବେ ବିଧାୟକଙ୍କ ଅସନ୍ତୋଷ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ ଯଦି କୌଣସି ବିଧାୟକଙ୍କ ଅଭିଯୋଗ ଥାଏ ତେବେ ତାହାକୁ ଦୂର କରିବୁ ।

   Related Posts