Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ଅଶୋକ ଗେହଲଟଙ୍କ ସଙ୍ଗୀନ ଅଭିଯୋଗ, କଂଗ୍ରେସ ବିଧାୟକଙ୍କୁ ବିଜେପି ଯାଚୁଛି ୨୫ କୋଟି, ୧୦କୋଟି ଆଡଭାନ୍ସ

11/06/2020 at 6:09 PM

ଜୟପୁର ୧୧।୬: ମଧ୍ୟପ୍ରଦେଶରେ କମଲ ନାଥଙ୍କ ଭଳି  ଏବେ ରାଜସ୍ଥାନରେ ଅଶୋକ ଗେହଲଟ‌ଙ୍କ ସରକାରକୁ ଅସ୍ଥିର କରିବାକୁ ଚାହୁଁଛି ବିଜେପି। ମୁଖ୍ୟମନ୍ତ୍ରୀ ଗେହଲଟ୍ ନିଜେ ଏହି ଅଭିଯୋଗ କରିଛନ୍ତି। ଏଥିଲାଗି ରାଜସ୍ଥାନ ବିଧାନସଭାର କିଛି ଶାସକ ଦଳ ବିଧାୟକଙ୍କୁ ବିରୋଧୀ ବିଜେପି ଅର୍ଥ ଲାଳସା ଦେଖାଉଥିବାର ସେ କହିଛନ୍ତି। ବିଧାୟକମାନଙ୍କୁ ବିଜେପି ୨୫ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଅଗ୍ରୀମ ୧୦ କୋଟି ଟଙ୍କା ଦେବାକୁ ରାଜିଥିବା ଗେହଲଟ୍ କହିଛନ୍ତି।

ବୁଧବାର ବିଳମ୍ବିତ ରାତ୍ରିରେ ଗେହଲଟ୍ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଥିଲେ।  ଆଗାମୀ ରାଜ୍ୟସଭା ନିର୍ବାଚନ ଲାଗି ଜୟପୁର ସହର ଉପକଣ୍ଠରେ ଥିବା ଏକ ରିସୋର୍ଟରେ ସେ ବିଧାୟକଙ୍କ ବୈଠକ ଡାକିଥିବା ବେଳେ ଏ ସମ୍ପର୍କରେ ଜାଣିବାକୁ ପାଇଥିବା କହିଛନ୍ତି। ଏହି ବୈଠକରେ କଂଗ୍ରେସର ୧୦୭ ଓ ୧୩ ନିର୍ଦ୍ଦଳୀୟ ବିଧାୟକ ଯୋଗଦେଇଥିଲେ।

ଏଣୁ ରାଜସ୍ଥାନ କଂଗ୍ରେସ ତାର ରାଜ୍ୟସଭା ନିର୍ବାଚନ ରଣନୀତିରେ ପରିବର୍ତ୍ତନ କରିଛି। ସମସ୍ତ ୧୨୦ ଜଣ ଶାସକଦଳ ବିଧାୟକଙ୍କୁ ରିସୋର୍ଟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ତେବେ ନିଜ ବିଧାୟକଙ୍କ ଉପରେ ରାଜସ୍ଥାନ ସରକାରଙ୍କ ଭରସା ଥିବା ଗେହଲଟ କହିଛନ୍ତି। ଏଠାରେ ସରକାର ଗଠନ ଲାଗି କଂଗ୍ରେସ ୧୩ ଜଣ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ନେଇଛି। ହେଲେ ଏଥିପାଇଁ କୌଣସି ବିଧାୟକଙ୍କୁ ଆର୍ଥିକ ଅଥବା ଗୁରୁତ୍ୱପୂର୍ଣ୍ଣ ପଦପଦବୀର ମୋହ ଦେଖାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହେଲେ ମଧ୍ୟପ୍ରଦେଶରେ ତାଙ୍କ ଦଳର ବିଧାୟକମାନେ ଯାହା କଲେ ତାହା ଅତ୍ୟନ୍ତ ଅଶୋଭନୀୟ ବୋଲି ସେ ମାନିଛନ୍ତି।

ତେବେ କଂଗ୍ରେସ ଚିଫ୍ ହ୍ୱିପ୍ ମହେଶ ଯୋଶୀ ଏ ନେଇ ଆଣ୍ଟି କରପସନ ବ୍ୟୁରୋ (ଏସିବି)ରେ ରାଜସ୍ଥାନ ସରକାରଙ୍କୁ ସମର୍ଥନ କରୁଥିବା ନିର୍ଦ୍ଦଳୀୟ ବିଧାୟକଙ୍କ କିଣାବିକା ଲାଗି ବିଜେପି ଯୋଜନା କରୁଥିବା ନେଇ ଏକ ଅଭିଯୋଗ ଦାଖଲ କରିଛନ୍ତି। ବିଜେପି କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ସରକାର ଭାଙ୍ଗିବା ଲାଗି ଯୋଜାନା କରୁଥାଇପାରେ ବୋଲି ଯୋଶୀ କହିଛନ୍ତି। ତେବେ ବିଜେପି ରାଜ୍ୟ ମୁଖପାତ୍ର ମୁକେଶ ପାରିକ୍ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଦୃଢନିନ୍ଦା କରିଛନ୍ତି। ଏ ନେଇ ସେ ପ୍ରମାଣ ଉପସ୍ଥାପନ କରିପାରିବେ କି ବୋଲି ଗେହଲତଙ୍କୁ ପ୍ରଶ୍ନ କରିଛନ୍ତି ପାରିକ୍‌।    

   Related Posts