Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବିଲୁପ୍ତିର ଦ୍ୱାରଦେଶରେ ରାଜସ୍ଥାନର ମରୁ ଜାହାଜ ‘ଓଟ’, ଏବେ ଅସ୍ତିତ୍ୱକୁ ନେଇ ଉପୁଜିଲାଣି ସଂକଟ

14/09/2020 at 9:10 PM

ଜୟପୁର : ମରୁଭୂମିର ଜାହାଜ ଓଟଙ୍କ ଜନ୍ମସ୍ଥାନ କହିଲେ ଯେ କେହିବି ରାଜସ୍ଥାନ କହିପାରେ। ହେଲେ ଏମାନଙ୍କ ଲାଗି ସରକାରୀ ଉଦାସୀନତା ଓ ହ୍ରାସ ପାଉଥିବା ସଂଖ୍ୟା ଏବେ ଚିନ୍ତାର କାରଣ ପାଲଟିଲାଣି। ଗତ ୫ ବର୍ଷରେ ଓଟ ସଂଖ୍ୟାରେ ୩୫ ପ୍ରତିଶତ ହ୍ରାସ ଆକଳନ କରାଯାଇଛି। ଦେଶରେ ଦେଖାଯାଉଥିବା ଓଟଙ୍କ ୮୦ ପ୍ରତିଶତ କେବଳ ରାଜସ୍ଥାନରେ ମିଳନ୍ତି। ଏଣୁ ୨୦୧୪ରେ ଏମାନଙ୍କୁ ରାଜସ୍ଥାନ ସରକାର ରାଜ୍ୟ ପଶୁ ମାନ୍ୟତା ଦେଇଥିଲେ। ହେଲେ ସଂରକ୍ଷଣ ଅଭାବରୁ ଏମାନଙ୍କ ବଂଶ ଏବେ ବିଲୁପ୍ତ ହେବାରେ ଲାଗିଛି।

ତେବେ ଓଟଙ୍କ ଏପରି ସଂଖ୍ୟା ହ୍ରାସକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି ତାହା ହେଉଛି ପଶୁପାଳକଙ୍କ ଆଗ୍ରହ ହ୍ରାସ। ଏକ ସମୟରେ ରାଜସ୍ଥାନରେ ଓଟକୁ ସମ୍ଭ୍ରାନ୍ତିୟତାର ପ୍ରତୀକ ବୁଝା ଯାଉଥିଲ। ହେଲେ ସମୟ ସହ ଓଟଙ୍କ କାମ ଯନ୍ତ୍ରରେ ହେଲାଣି। ପାରମ୍ପରିକ ପରିବହନ ଯାନ ବଦଳେ ଏବେ ଟ୍ରାକ୍ଟର, ହାଲକା ପରିବହନ ବାହନ ଓଟଙ୍କ କାମ କରିଦେଉଥିବା ବେଳେ ଓଟଙ୍କ ଲାଳନ ପାଳନ ଖର୍ଚ୍ଚ ପଶୁପାଳକଙ୍କ ଲାଗି ବୋଝ ଉପରେ ନଳିତା ବିଡା ପାଲଟିଛି।

ଏକ ସମୟରେ ଆୟର ଉତ୍ସ ଥିବା ଓଟ ଏବେ ଖର୍ଚ୍ଚର କାରଣ ହେଉଥିବାରୁ ଲୋକେ ଏମାନଙ୍କୁ ଘରୁ ତଡି ଦେଉଛନ୍ତି। ଏଣୁ ଅଣଦେଖାର ଶିକାର ହେଉଥିବା ଏହି ପଶୁଙ୍କ ମୃତ୍ୟୁ ହାର ରାଜ୍ୟରେ ବଢିବଢି ଚାଲିଛି। ବିଂଶତମ ପଶୁଗଣନାରେ ରାଜସ୍ଥାନରେ ଓଟ ସଂଖ୍ୟା ୩୪.୬୯ ପ୍ରତିଶତ ହ୍ରାସ ଦେଖାଯାଇଥିଲା। ଏକ ସମୟରେ ରାଜ୍ୟରେ  ଓଟଙ୍କ ସଂଖ୍ୟା ୧୨ଲକ୍ଷରୁ ଅଧିକ ଥିଲା। ଏବେ ଏମାନଙ୍କ ସଂଖ୍ୟା ୨ଲକ୍ଷ ୧୩ ହଜାର ପାଖାପାଖି  ପହଞ୍ଚିଲାଣି।

ଅନ୍ୟପଟରେ ରାଜ୍ୟ ସରକାର ଓଟକୁ କେବଳ ରାଜ୍ୟ ପଶୁ ଘୋଷଣା କରିଦେଇଛନ୍ତି। ହେଲେ ଏମାନଙ୍କ ସଂରକ୍ଷଣ ଲାଗି ସେଭଳି କୌଣସି ପ୍ରୋତ୍ସାହନ ବ୍ୟବସ୍ଥା କରୁ ନାହାନ୍ତି। ସେହିପରି ଯେଉଁ ସରକାରୀ ଯୋଜନା ରହିଛି ତାହା ବି ବନ୍ଦ ହୋଇଗଲାଣି। ରାଜସ୍ଥାନରେ ଓଟ ପାଳକମାନେ ଓଟ କ୍ଷୀରକୁ ୟୁଏଇ, ସାଉଦୀ ଆରବ, ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶକୁ ରପ୍ତାନୀ କରୁଛନ୍ତି। ଏହା ଏକ ଦୁର୍ଲଭ କ୍ଷୀର ହୋଇଥିବା ବେଳେ ଏଥିରୁ ସୁଗର, କ୍ୟାନସର ସମେତ ଅନେକ ଅସାଧ୍ୟ ରୋଗ ଲାଗି ଔଷଧ ପ୍ରସ୍ତୁତ ହେଉଛି। ତେବେ ଚାରଣ ଭୂମିର ଅଭାବ ରଜ୍ୟରେ ଓଟ ସଂଖ୍ୟା ହ୍ରାସର କାରଣ ବୋଲି ଏବେ କୁହାଯାଉଛି।

   Related Posts