ଝିଅର ଆଶା ପୁରଣ କଲେ ଚାଷୀ ପିତା, ଜ୍ୱାଇଁ ସହ ହେଲିକପ୍ଟରରେ ଝିଅକୁ ବିଦା କଲେ ଶଶୁର ଘର

Published By : Prameya-News7 Bureau | November 23, 2019 IST

ଝୁନଝୁନ:  ରାଜସ୍ଥାନ ଝୁନଝୁନ ଜିଲ୍ଲାର ଜନୈକ ଚାଷୀ ତାଙ୍କ ଝିଅକୁ ବାହା କରି ଜ୍ୱାଇଁସହ ହେଲିକପ୍ଟରରେ ଶଶୁର ଘରକୁ ପଠାଇଛନ୍ତି। ଝିଅ ଜ୍ୱାଇଁଙ୍କ ବିଦାକି ଦେଖିବା ଲାଗି ଗାଁ ମୁଣ୍ଡ ପଡିଆରେ ଶହଶହ ଲୋକେ ଜମା ହୋଇ ସେମାନଙ୍କୁ ବିଦାୟକାଳୀନ ଶୁଭେଚ୍ଛା ଜଣାଇଛନ୍ତି। ଚାଷୀ ମହେନ୍ଦ୍ର ସିଂହ ବିଦେଶରେ କାର୍ଯ୍ୟ କରୁଥିଲେ। ଯେତେବେଳେ ଘରକୁ ଫେରୁଥିଲେ ଝିଅ ତାଙ୍କୁ ଗୋଟିଏ କଥା ପଚାରୁଥିଲା କେଉଁଥିରେ ଆସିଲ। ପିତା ତାକୁ ବିମାନରେ ଆସିବା କଥା କହୁଥିବା ବେଳେ ସେ କେବେ ଆକାଶରେ ବୁଲିବ ବୋଲି ବାପାଙ୍କୁ ପଚାରୁଥିଲା। ଝିଅର ଏହି ଆଶାକୁ ମହେନ୍ଦ୍ର ସିଂହ ତା ବିବାହର ଶୁଭ ଅବସରରେ ପୁରଣ କରିଛନ୍ତି।

{"id":188892,"sizeSlug":"large"}

ମହେନ୍ଦ୍ର ସିଂହ ଝୁନଝୁନ ଜିଲ୍ଲାର ଅଜିତପୁରା ଗାଁର ବାସିନ୍ଦା। ଝିଅ ବାହାଘର ଲାଗି ସେ ଗତବର୍ଷରୁ ଜିଲ୍ଲାପ୍ରଶାସନକୁ ହେଲିକପ୍ଟର ନିମନ୍ତେ ଅନୁମତି ମାଗିଥିଲେ। ଅନୁମତି ମିଳିବାପରେ ମହେନ୍ଦ୍ର ହେଲିକପ୍ଟର ବୁକ୍ କରିଥିଲେ। ମହେନ୍ଦ୍ରଙ୍କ ଜ୍ୱାଇଁ ରେଳବାଇରେ ଚାକିରୀ କରନ୍ତି। ସେ ନାସିକ୍ ରେ ଷ୍ଟେସନମାଷ୍ଟରେ ଭାବେ ଏବେ ଅବସ୍ଥାପିତ ଅଛନ୍ତି। ସେପଟେ ମହେନ୍ଦ୍ରଙ୍କ ଝିଅ ରିନାର ପାଠପଢା ଏବେ ସରିନି । ତଥାପି ମହେନ୍ଦ୍ର ଝିଅକୁ ବିବାହ କରାଇଥିବା ବେଳେ ତା ବିବାହର ଶୁଭ ଅବସରରେ ପିଲାଦିନର ସ୍ୱପ୍ନକୁ ବି ପୁରଣ କରିଛନ୍ତି।

{"id":188893,"sizeSlug":"large"}

ମହେନ୍ଦ୍ରଙ୍କ ଝିଅ ବିବାହର ଚର୍ଚ୍ଚା ଏବେ ସାରା ଝୁନଝୁନ ଜିଲ୍ଲାରେ ହେଉଛି। ମହେନ୍ଦ୍ର ପୁଣି ଥରେ ନିଜକୁ ଭାରତୀୟ ପିତା ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି। ଭାରତରେ ଝିଅ ଜନମ ପରଘରକୁ କଥାଟି ପ୍ରଚଳିତ। ଏଣୁ ଅନେକ ପିତାମାତା ସେମାନଙ୍କ ଝିଅର ଇଛା ପୁରଣ ଲାଗି ସର୍ବଦା ଉଦ୍ୟମ କରିଥାନ୍ତି। ଚାକିରୀରୁ ଅବସର ପରେ ଚାଷବାସ କରି ଘର ଚଳାଉଥିବା ମହେନ୍ଦ୍ର ଝିଅର ଇଛା ପୂରଣ କରିପାରିଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.