ରାଜସ୍ଥାନ ରାଜନୀତି: ବିଜେପିରେ 'ବାଡାବନ୍ଦୀ', ଗୁଜୁରାଟ ଗଲେ ବିଧାୟକ

Published By : Prameya-News7 Bureau | August 08, 2020 IST

ପୋରବନ୍ଦର ୮।୮: ରାଜସ୍ଥାନ ରାଜନୀତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଗୋଟିଏ ପଟେ ସରକାର ବଞ୍ଚାଇବାକୁ ଅଶୋକ ଗେହଲୋତ ସଂଘର୍ଷ ଚଳାଇଥିବା ବେଳେ ବିଜେପି ନିଜ ବିଧାୟକଙ୍କୁ ଗୁଜୁରାଟରେ ଲୁଚାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ମଲ କୁମାବତଙ୍କ ନେତୃତ୍ୱରେ ୬ ସଦସୀୟ ବିଧାୟକଙ୍କ ଟିମ୍‌ ଶନିବାର ଚାର୍ଟର ବିମାନ ଯୋଗେ ପୋର ବନ୍ଦର ପହଞ୍ଚିଛନ୍ତି। ସେମାନେ ସୋମନାଥ ମନ୍ଦିର ପରିଦର୍ଶନରେ ଆସିଥିବା ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ସହ ଆଉ କିଛି ବିଧାୟକ ମଧ୍ୟ ଯୋଗଦେଇ ପାରନ୍ତି ବୋଲି କୁମାବତ କହିଛନ୍ତି।

{"id":311788,"sizeSlug":"large"}

ରାଜସ୍ଥାନରେ କଂଗ୍ରେସର ଅଶୋକ ଗେହଲୋତ ତାଙ୍କ ବିଧାୟକଙ୍କୁ ବିଜେପି ଡରରେ ଏଠିକି ସେଠିକି କରୁଛନ୍ତି। ହେଲେ ଏବେ ବିଜେପିର ବିଧାୟକ ଲୁଚା ଘଟଣା ସମସ୍ତଙ୍କୁ ଚକିତ କରିଛି। ତେବେ ଗଣମାଧ୍ୟମ ସହ ଆଲୋଚନା ବେଳେ କୁମାବତ ରାଜସ୍ଥାନରେ ଗେହଲୋତଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା କହିଛନ୍ତି। ଏଣୁ ବିଜେପି ବିଧାୟକଙ୍କ ଉପରେ ଚାପ ପକାଉଛନ୍ତି। ହୁଏତ ସେହି ଡରରେ ବିଜେପି ନିଜ ବିଧାୟକଙ୍କୁ ଲୁଚାଉଛି ବୋଲି ସନ୍ଦେହ କରାଯାଉଛି।

{"id":311789,"sizeSlug":"large"}

ରାଜସ୍ଥାନ ଉପମଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ତାଙ୍କ ସମର୍ଥକଙ୍କ ସହ ଦଳ ଛାଡିଛନ୍ତି। ତଥାପି କଂଗ୍ରେସ ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିବ ବୋଲି ଗେହଲୋତ ଦାବି କରୁଥିବା ବେଳେ ବିଧାନସଭା ଅଧିବେସନ ଆହ୍ୱାନ ଲାଗି ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି। ଏଥିରେ ବିଜେପି ବିଧାୟକ ଲୁଚାଇବା ରାଜସ୍ଥାନ ରାଜନୀତିରେ ନୂଆ ଦିଗକୁ ସଙ୍କେତ ଦେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.