ବିଜେପି କାଉନସିଲରଙ୍କ କୁତ୍ସିତ କାରନାମା : ଗଧୋଇବା ବେଳେ ମହିଳାଙ୍କ ଅଶ୍ବୀଳ ଭିଡିଓ କରି ବ୍ଲାକମେଲ୍ ଓ ବାରମ୍ବାର ଦୁଷ୍କର୍ମ

Published By : Prameya-News7 Bureau | December 08, 2020 IST

ବାରମୀର ୦୮/୧୨ : ରାଜସ୍ଥାନର ବାରମୀରର ବାଲତୋରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ଗାଧୋଉଥିବା ସମୟରେ ଜଣେ ଓ୍ବାର୍ଡ କାଉନସିଲର ତାଙ୍କର ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ପରେ ଭାଇରାଲ କରିଦେବାକୁ ବ୍ଲାକମେଲ୍ କରିବା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଅଭିଯୁକ୍ତ କାଉନସିଲରଜଣକ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ପୀଡିତା ମହିଳାଙ୍କୁ ବାଧ୍ୟ କରିଥିଲା । ପରେ ଉକ୍ତ କାଉନସିଲରଙ୍କ ବନ୍ଧୁ ମଧ୍ୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତେବେ ପୀଡିତା ମହିଳାଜଣକ ଅଭିଯୁକ୍ତ କାନ୍ତିଲାଲଙ୍କର ଦୂର ସମ୍ପର୍କୀୟ ମଧ୍ୟ । ମହିଳାଙ୍କ ଅଭିଯୋଗ ପ​‌ରେ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ମହିଳାଜଣକ ଅଭିଯୋଗରେ କହିଛନ୍ତି ଯେ, ସେ ପ୍ରାୟ ୪ ବର୍ଷ ହେଲା ବାଲତୋରାରେ ବିବାହ କରିଥିଲେ । ଓ୍ବାର୍ଡ ନଂ-୧୬ର ଜଣେ ବିଜେପି କାଉନସିଲର ବାରମ୍ବାର ପୀଡିତାଙ୍କ ଘରକୁ ଯିବା ଆସିବା କରୁଥିଲେ ।

ମହିଳାଜଣକ ଅଭିଯୋଗ କରିଛନ୍ତି ଯେ, ଦିନେ ହଠାତ ଘରେ କେହି ନଥିବା ବେଳେ କାନ୍ତିଲାଲ ଘରକୁ ଆସିଥିଲା । ତେବେ ସେ ଗାଧୋଉଥିବା ବେଳେ ଅଭିଯୁକ୍ତଜଣକ ତାଙ୍କର ଅଶ୍ଳୀଳ ଭିଡିଓ ରେକଡିଂ କରିନେଇଥିଲା । ଏହା ପରେ ଉକ୍ତ ଭିଡିଓକୁ ଦେଖାଇ ବ୍ଲାକମେଲ୍ କରିବା ସହିତ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । କାନ୍ତିଲାଲ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ତେବେ ଅଭିଯୁକ୍ତ କାନ୍ତିଲାଲ ମହିଳାଙ୍କୁ ବ୍ଲାକମେଲ କରିବା ସହିତ ବରମ୍ବାର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି ଏବଂ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.