Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ACB ହାତରେ କୁବେର ଇଞ୍ଜିନିୟର: ରେଡ ପରେ ଘରୁ ମିଳିଲା ୩୦କିଲୋ ସୁନା, ୫ ବିଳାସପୂର୍ଣ୍ଣ କାର, ଓ ଅମାପ ସମ୍ପତ୍ତି

2/07/2021 at 1:10 PM

ରାଜସ୍ଥାନ ୨/୭ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ର ଅଭିଯାନ ଜାରି ରହିଛି । ରାଜସ୍ଥାନ ଜୟପୁର, ଯୋଧପୁର ଏବଂ ଚିତ୍ତୋରଗଡର ତିନିଜଣ ଅଧିକାରୀଙ୍କ ବିରୋଧରେ ୧୪ଟି ସ୍ଥାନରେ ଏକାସଂଗରେ ଚଢାଉ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁୁଳ ଅଭିଯୋଗରେ ଜୟପୁରରେ ଜୟପୁର ବିକାଶ ପ୍ରାଧିକରଣ (ଜେଡିଏ) ଇଞ୍ଜିନିୟର ନିର୍ମଳ ଗୋୟଲଙ୍କ ଘରେ ଚଢାଉ କରାଯାଇଛି ।

ତେବେ ଏହି ରେଡରେ ୧୪୫୦%ରୁ ଅଧିକ ସମ୍ପତ୍ତି ଥିବା ଜଣାପଡିଛି । କୁହାଯାଉଛି ଯେ ଏହି ଜେଡିଏ ଇଞ୍ଜିନିୟରଙ୍କ ଦରମା ଦେଢ ଲକ୍ଷ । କିନ୍ତୁ ତାଙ୍କର ସମ୍ପତ୍ତି ତାଲିକା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ତାଙ୍କର ରହିଛି ଜୟପୁରର ପୋଶ କଲୋନୀରେ ୪ଟି ଘର, ଫାର୍ମ ହାଉସ । ଏହାସହ ଘରୁ ଜବତ ହୋଇଛି ନଗଦ ୩ ଲକ୍ଷ ୮୭ହଜାର ନଗଦ ଟଙ୍କା । କେବଳ ସେତିକି ନୁହେଁ ଯନ୍ତ୍ରୀ ମହୋଦୟ ଭାରି ସୌକିନ୍ ମଧ୍ୟ ।

ପାଖରେ ରଖିଥିଲେ ମର୍ସିଡିଜ୍ ସମେତ ୫ଟି ବିଳାସପୂର୍ଣ୍ଣ କାର । ଏହାସହ ତିରିଶ କିଲୋ ସୁନା, ୨୪୫ ୟୁରୋ, ଦୁଇ ହଜାର ଡଲାର ମଧ୍ୟ ଜବତ ହୋଇଛି । ତିନୋଟି ବ୍ୟାଙ୍କରେ ମଧ୍ୟ ଏହି ଇଞ୍ଜିନିୟରଙ୍କର ଲକର ଅଛି । ଯାହା ଏପର୍ଯ୍ୟନ୍ତ ଖୋଲାଯାଇ ନାହିଁ । ସେହିଭଳି ଚିତ୍ତରଗଡ ଜିଲ୍ଲା ପରିବହନ ଅଧିକାରୀ ମନୀଷ ଶର୍ମାଙ୍କ ଘରୁ ପ୍ରାୟ ଦୁଇ କୋଟି ଟଙ୍କାର ପୁଞ୍ଜି ନିବେଶ କାଗଜପତ୍ର ମିଳିଛି । ଫ୍ଲାଟରେ ଏକ ଲକ୍ଷ ଟଙ୍କା ଏବଂ ବିଦେଶୀ ଭ୍ରମଣର କାଗପତ୍ର ବି ଜବତ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ । ବହୁମୂଲ୍ୟ ବାଇକ୍ ଏବଂ ଯାନ ଉଦ୍ଧାର କରାଯାଇଛି ।

ଏଥି ସହିତ ଦୁର୍ନୀତି ନିବାରଣ ବ୍ୟୁରୋ ଯୋଧପୁରର ଇନ୍ସପେକ୍ଟର ପ୍ରଦୀପ ଶର୍ମାଙ୍କ ଘରେ ଚଢାଉ କରି ଯୋଧପୁର, ଭୋପାଳ ଏବଂ ବିକାନେରର ୪ ଟି ସ୍ଥାନରୁ ୪.୫ କୋଟି ଟଙ୍କା ବିନିଯୋଗ କରିଛି । ସୁରସାଗର ପୋଲିସ ଷ୍ଟେସନରେ ପୋଷ୍ଟ କରାଯାଇଥିବା ଇନ୍ସପେକ୍ଟର ଯୋଧପୁରରେ, ଭୋପାଳ ଗାରରେ ୧୦ଟି ବଡ ଜମି, ସ୍କୁଲ ବ୍ୟତୀତ ତିନୋଟି ବସ୍ ଜବତ କରାଯାଇଛି ।

   Related Posts