Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ରାଜସ୍ଥାନରେ କରୋନାର କୋହରାମ: ଦୋସାରେ ୩୪୧ ଶିଶୁ ପଜିଟିଭ

23/05/2021 at 8:01 AM

ରାଜସ୍ଥାନ ୨୩/୫: ରାଜସ୍ଥାନରେ କରୋନାର ଭୟାବହ ସ୍ଥିତି । ୨ୟ ଲହର ଥମିନଥିବାବେଳେ ତୃତୀୟ ଲହର ଆଶଙ୍କା ଦେଖାଦେଲାଣି । ଦୋସାରେ ୩୪୧ ପିଲାଙ୍କ ଶରୀରରେ ଭୂତାଣୁ ଚିହ୍ନଚ ହୋଇଛି । ତୃତୀୟ ଲହର ସମ୍ଭାବନାକୁ ଦେଖି ଦୋସା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସୂଚନା ଥାଉକି, ଦୋସାରେ ଶିଶୁଙ୍କ ଉପରେ ଦାଉ ସାଧିଛି ମହାମାରୀ କରୋନା । କରୋନା ଆକ୍ରାନ୍ତ ହୋଇଥିବା ପିଲାଙ୍କ ମଧ୍ୟରେ ପ୍ରାୟ ୦ରୁ ୧୮ ବର୍ଷର ପିଲା ଅଛନ୍ତି ।

ଦୋସାରେ ମେ ୧ରୁ ମେ ୨୧ ମଧ୍ୟରେ ୩୪୧ ଶିଶୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଜିଲ୍ଲା ପ୍ରଶାସନ କହିଛି ଏମାନଙ୍କ ମଧ୍ରୁ କେହି ବି ସିରିୟସ ନାହାଁନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ଜିଲ୍ଲାରେ କୋଭିଡ ସ୍ଥିତିକୁ ଦେଖି ଦୋସା ହସ୍ପିଟାଲରେ ଆଲର୍ଟ ଜାରି ହୋଇଛି । ସେପଟେ କରୋନା ଏବେ ସହର ଛାଡି ଗାଁ ମୁହାଁ ହେଉଥିବାରୁ ରାଜସ୍ଥାନର ଗ୍ରାମାଞ୍ଚଳରେ କରୋନା ରୋକିବା ପାଇଁ ସରକାର ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗାଁରେ କୋଭିଡ କେନ୍ଦ୍ର ନିର୍ମାଣ କରାଯିବା ସହ ରୋଗୀଙ୍କ ଚିକିତ୍ସା ଆରମ୍ଭ କରାଯିବ । ଡୋର ଟୁ ଡୋର ବୁଲି ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି ।

   Related Posts