IPL ୨୦୨୧ : ଟସ୍‌ ଜିତିଲା ରାଜସ୍ଥାନ ରୟାଲସ୍‌, ପ୍ରଥମେ ବୋଲିଂ ନିଷ୍ପତ୍ତି

Published By : Prameya-News7 Bureau | April 12, 2021 IST

ମୁମ୍ବାଇ,୧୨/୦୪: ସୋମବାର ଆଇପିଏଲ୍‌ର ଚତୁର୍ଥ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ । ବ୍ୟାଟିଂ କରିବ କେ. ଏଲ. ରାହୁଲଙ୍କ ପଞ୍ଜାବ କିଙ୍ଗସ୍ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଗତ ସିଜନର ପରାଜୟକୁ ଭୁଲି ନଥିବା ପଞ୍ଜାବ କିଙ୍ଗ୍‌ସ ଏଥର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ରାଜସ୍ଥାନ ରୟାଲ୍ସ ପୂର୍ବଭଳି ଆଧିପତ୍ୟ ଜାରି ରଖି ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ।

ଉଭୟ ଦଳର ବିସ୍ଫୋରକ ବ୍ୟାଟିଂଲାଇନ୍

ସୋମବାର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଚୌକା ଓ ଛକାର ବର୍ଷା ହେବା ନିଶ୍ଚିତ । ଉଭୟ ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ତେଣୁ ପ୍ରଥମ ବଲ୍‌ରୁ ଆକ୍ରମଣାତ୍ମକ ବ୍ୟାଟିଂର ଝଲକ୍‌ ଦେଖିବାକୁ ମିଳିବ । ପଞ୍ଜାବ କିଙ୍ଗ୍‌ସ ଦଳରେ ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, କ୍ରିସ୍‌ ଗେଲ, ନିକୋଲାସ୍‌ ପୂରନଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ସେହିପରି ରାଜସ୍ଥାନ ରୟାଲ୍ସ ଦଳରେ ରହିଥିବା ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋସ ବଟଲର ବିଶାଳ ସଟ୍‌ ଖେଳିବାରେ ସିଦ୍ଧହସ୍ତ ।

ପଞ୍ଜାବ କିଙ୍ଗସ୍‌ ସ୍କ୍ବାଡ୍‌ :

ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (ଅଧିନାୟକ ତଥା ୱିକେଟ୍ କିପର), କ୍ରିସ୍ ଗେଲ, ନିକୋଲାସ ପୁରାନ, ଦୀପକ ହୁଡା, ଶାହରୁଖ ଖାନ, ରିଚାର୍ଡସନ, ମୁରଗାନ୍‌ ଅଶ୍ବିନ, ରବି ବିଷ୍ଣୁ, ଅର୍ଶଦୀପ ସିଂ, ରାଲି ମେରେଡିଥ୍‌

ରାଜସ୍ଥାନ ରୟାଲସ୍‌ ସ୍କ୍ବାଡ୍‌ :

ମନନ୍ ଭୋରା, ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍, ଜୋସ୍ ବଟଲର, ଶିବମ୍ ଦୁବେ, ରିଆନ୍ ପରାଗ, ରାହୁଲ ତେୱାତିଆ, କ୍ରିସ୍ ମୋରିସ୍, ଶ୍ରେୟସ୍ ଗୋପାଳ, ଚେତନ ସାକାରିଆ, ମୁସ୍ତାଫିଜୁର ରହମାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.