Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

IPL ୨୦୨୧ : ହାଇଦ୍ରାବାଦକୁ ୫୫ ରନରେ ମାତ ଦେଲା ରାଜସ୍ଥାନ ରୟାଲସ୍‌

2/05/2021 at 7:15 PM

ନୂଆଦିଲ୍ଲୀ ୦୨/୦୫ : ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲସ୍‌ ଏବଂ ସନରାଇଜର୍ସ ହାଇଦ୍ରବାଦ ମଧ୍ୟରେ ଖେଳାଯାଇଥବା ମ୍ୟାଚରେ ଆତ୍ମସମର୍ପଣ କରିଛି ହାଇଦ୍ରାବାଦ । ୨୨୧ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୮ ଓ୍ବିକେଟ୍‌ ହରାଇ ମାତ୍ର ୧୬୫ ରନ କରିବାକୁ ସକ୍ଷମ ହୋଇଛି ହାଇଦ୍ରାବାଦ । ଫଳରେ ୫୫ ରନର ବୃହତ ବିଜୟ ହାସଲ କରିଛି ରାଜସ୍ଥାନ ।

୨୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ହାଇଦ୍ରାବାଦ ଭଲ ଆରମ୍ଭ କରିଥିଲା । ମନୀଷ ପାଣ୍ଡେ ୩୧ ରନ, ଜୋନି ବୟାରିଷ୍ଟୋ ୩୦ ରନ, କେନ୍‌ ଓ୍ବିଲିୟମସନ୍‌ ୨୦, ବିଜୟ ଶଙ୍କର ୮, କେଦାର ଯାଦବ ୧୯, ମହମ୍ମଦ ନବୀ ୧୭, ଅବଦୁଲ ସମାଦ ୧୦, ରାସିଦ ଖାନ ୦ ରନ କରି ଆଉଟ ହୋଇଛନ୍ତି । ଭୁବନେଶ୍ବର କୁମାର ୧୪ ଏବଂ ସନ୍ଦୀପ ଶର୍ମା ୮ ରନ କରି ଅପରାଜିତ ଅଛନ୍ତି ।

ରାଜସ୍ଥାନ ପକ୍ଷରୁ କାର୍ତ୍ତୀକ ତ୍ୟାଗୀ ୪ ଓଭରରେ ୩୨ ରନ ୧ ଓ୍ବିକେଟ୍‌, ମସ୍ତଫିଜୁର ରେହମାନ ୪ ଓଭରରେ ୨୦ ରନ ୩ ଓ୍ବିକେଟ୍‌, ଚେତନ୍‌ ସକରିୟା ୪ ଓଭରରେ ୩୭୮ ରନ, କ୍ରିସ୍ ମୋରିସ ୪ ଓଭରରେ ୨୯ ରନ ୩ ଓ୍ବିକେଟ୍‌ ଏବଂ ରାହୁଲ ତେଓ୍ବାତିଆ ୪ ଓଭରରେ ୪୫ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ୍‌ ହରାଇ ବିଶାଳ ୨୨୦ ରନ କରିଥିଲା । ରୟାଲସ୍‌ ପକ୍ଷରୁ ବଟଲର ଧୂଆଁଧାର ଇନିଂସ ଖେଳିଥିଲେ । ମାତ୍ର ୬୪ ବଲ ଖେଳି ୧୧ ଚୌକା ଏବଂ ୮ଛକା ସହାୟତାରେ ୧୨୪ ରନ ସଂଗ୍ରହ କରିଥିଲେ ଜୋସ୍‌ ବଟଲର ।

ରାଜସ୍ଥାନ ପକ୍ଷରୁ ଜୋସ୍‌ ବଟଲର ଏବଂ ଜସଶ୍ବୀ ଜୟସଓ୍ବାଲ ଇନିଂସ ଆରମ୍ଭ କରିଥିଲେ । ବଟଲର ଆରମ୍ଭରୁ ହିଁ ବଡ ବଡ ସଟ୍‌ ଖେଳିଥିଲେ । ବଟଲର ୧୨୪ ରନ କରି ଆଉଟ ହୋଇଥିଲେ । ସେହିପରି ଜୟସଓ୍ବାଲ ୧୨ରନ, ଅଧିନାୟକ ସଞ୍ଜୁ ସାମସନ୍‌ ୪ ଚୌକା ଏବଂ ୨ଟି ଛକା ସହାୟତାରେ ୪୮ ରନ କରି ଆଉଟ ହୋଇଥିଲେ ।

   Related Posts