ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍‌ : କେ.ଏଲ. ରାହୁଲ, ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ

Published By : Prameya-News7 Bureau | April 12, 2021 IST

ମୁମ୍ବାଇ ୧୨/୦୪ : ଆଇପିଏଲ୍‌ର ଚତୁର୍ଥ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ କିଙ୍ଗସ ବଡ ସ୍କୋର କରିବାରେ ସକ୍ଷମ ହୋଇଛି । ଅଧିନାୟକ କେ.ଏଲ ରାହୁଲ ଏବଂ ଦୀପକ ହୁଡାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ୬ ଓ୍ବିକେଟ ହରାଇ ୨୨୧ ରନ କରିବାକୁ ସକ୍ଷମ ହୋଇଛି । ପଞ୍ଜାବ ପକ୍ଷରୁ ଅଧିନାୟକ କେ.ଏଲ. ରାହୁଲ ମାତ୍ର ୫୦ ବଲ ଖେଳି ୭ ଚୌକା ଏବଂ ୫ ଛକା ସହାୟତାରେ ୯୧ ରନ କରିଛନ୍ତି । ସେହିଭଳି ମୟଙ୍କ ଅଗ୍ରଓ୍ବାଲ ୧୪ ରନ କରି ଆଉଟ ହୋଇଥିବା ବେଳେ କ୍ରିସ୍‌ ଗେଲ ୨୮ ବଲରେ ୪୦ ରନ କରି ଆଉଟ ହୋଇଛନ୍ତି । ଦୀପକ ହୁଡା ଆରମ୍ଭରୁ ହିଁ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ ଆରମ୍ଭ କରିଥିଲେ । ହୁଡା ମାତ୍ର ୨୮ ବଲ ଖେଳି ୪ ଚୌକା ଏବଂ ୬ ଛକା ସହାୟତାରେ ୬୪ ରନ କରି ଆଉଟ ହୋଇଛନ୍ତି । ନିକୋଲସ ପୋରାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଶାହାରୁଖ ଖାନ ୬ ରନ କରି ଅପରାଜିତ ଅଛନ୍ତି ଏବଂ ରିଚାର୍ଡସନ୍ ଖାତା ଖୋଲିବା ପୂର୍ବରୁ ଆୁଡ ହୋଇଛନ୍ତି ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚେତନ ସକାରିୟା ୪ ଓଭର ବୋଲିଂ କରି ୩୧ ରନ ଦେଇ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ମୁସ୍ତାଫିଜର ରେହମାନ ୪ ଓଭର୪୫ ରନ, କ୍ରିସ୍‌ ମୋରିସ୍‌ ୪ ଓଭରରେ ୪୧ ରନ ଦେଇ ୨ଟି ଓ୍ବିକେଟ୍, ଶ୍ରେୟସ ​‌ଗୋପାଳ ୩ ଓଭରରେ ୪୦ ରନ, ବେନ୍‌ ଷ୍ଟୋକସ୍‌ ଏକ ଓଭରରେ ୧୨ ରନ, ରାହୁଲ ତେଓ୍ବାତିଆ ୨ ଓଭରରେ ୨୫ ରନ ରିଆନ୍‌ ପରାଗ ଏକ ଓଭରରେ ୭ ରନ ଏକ ଓ୍ବିକେଟ ଏବଂ ଶିବମ ଦୁବେ ଗୋଟିଏ ଓଭର ବୋଲିଂ କରି ୨୦ ରନ ବ୍ୟୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.