IPL 2021 : ଶେଷ ବଲରେ ବିଶାଳ ଛକାମାରି ଋତୁରାଜ ଗାୟକ୍ବାଡଙ୍କ ବିସ୍ଫୋରକ ଶତକ, ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୯୦

Published By : Prameya-News7 Bureau | October 02, 2021 IST

ଦୁବାଇ ୦୨/୧୦ : ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ଦ୍ବିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ରାଜସ୍ଥାନ ରୟାଲ୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ରାଜସ୍ଥାନ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୮୯ ରନ ସଂଗ୍ରହ କରିଛି ସିଏସ୍‌କେ । ଋତୁରାଜ ଗାୟକ୍ବାଡ୍‌ଙ୍କ ଦମଦାର ଶତକ ବଳରେ ବଡ ସ୍କୋର କରିଛି ଚେନ୍ନାଇ । ଶେଷରେ ଜାଡେଜା ଚିତାକର୍ଷକ ବ୍ୟାଟିଂ କରିଥିଲେ ।  

ଚେନ୍ନାଇ ୨ ଭେଟେରାନ୍‌ ଓପନର ଋତୁରାଜ ଗାୟକ୍ବାଡ୍‌ ଏବଂ ଫାଫ୍‌ ଡୁ ପ୍ଲେସି ଜବରଦସ୍ତ ଆରମ୍ଭ କରିଥିଲେ । ଫାଫ୍‌ ୧୯ ବଲରୁ ଗୋଟିଏ ଛକା ଏବଂ ୨ଟି ଚୌକା ସହାୟତାରେ ୨୫ ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ଋତୁରାଜ ଗାୟକ୍ବାଡ ବିସ୍ଫୋରକ ବ୍ୟାଟିଂ କରି ଦମଦାର ଶତକ ହାସଲ କରିଛନ୍ତି । ସେ ମାତ୍ର ୬୦ ବଲରୁ ୯ ଚୌକା ଏବଂ ୫ ଛକା ସହାୟତାରେ ୧୦୧ ରନ କରି ଅପରାଜିତ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୋଇନ୍‌ ଅଲ୍ଲୀ ୨୧ରନ, ଅମ୍ବାତି ରାୟୁଡୁ ୨ରନ କରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ଶେଷରେ ଆସି ମାତ୍ର ୧୫ ବଲରୁ ୪ ଚୌକା ଏବଂ ଗୋଟିଏ ଛକା ବଳରେ ୩୨ରନ କରି ଅପରାଜିତ ଅଛନ୍ତି ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆକାଶ ସିଂହ ୪ ଓଭର ବୋଲିଂକରି ୩୯ ରନ ଦେଇଥିବା ବେଳେ, ଚେତନ୍ ସକାରିୟା ୪ ଓଭରରେ ୩୧ ରନ ୧ ଓ୍ବିକେଟ୍‌, ମୁସ୍ତଫିଜୁର ରେହମାନ ୪ ଓଭରରେ ୫୧ ରନ, ରାହୁଲ ତ୍ରିପାଠୀ ୪ ଓଭରରେ ୩୯ ରନ ଦେଇ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ମୟଙ୍କ ମାର୍କଣ୍ଡେ ୩ ଓଭରରେ ୨୬ ରନ ଏବଂ ଗ୍ଲେନ୍‌ ଫିଲିପ୍ସ ୧ ଓଭରରେ ୩ ରନ ବ୍ୟୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.