Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

IPL 2021 : ଶୁଭମାନ ଗିଲଙ୍କ ଦମଦାର ଅର୍ଦ୍ଧଶତକ, ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୭୨

7/10/2021 at 9:18 PM

ଶାରଜାହ ୦୭/୧୦ : ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୧ ରନ ସଂଗ୍ରହ କରିଛି କୋଲକାତା । ଓପନର ଶୁଭମାନ ଗିଲଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ଫାଇଟିଂ ଟୋଟାଲ ସ୍କୋର କରିଛି କେକେଆର୍ ।

କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଓପନର ଶୁଭମାନ ଗିଲ ଏବଂ ଭେଙ୍କଟେସ ଆୟର ଦମଦାର ଆରମ୍ଭ କରିଥିଲେ । ଗିଲ ବ୍ୟକ୍ତିଗତ ୪୪ ବଲରୁ ୪ ଚୌକା ଏବଂ ୨ ଛକା ସହାୟତାରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଭେଙ୍ଗଟେସ୍‌ ଆୟର ୩୮ ରନ, ନୀତିଶ ରାଣା ୧୨, ରାହୁଲ ତ୍ରିପାଠୀ ୨୧ ରନ କରି ଆଉଟ ହୋଇଛନ୍ତି । ଦିନେଶ କାର୍ତ୍ତିକ ୧୪ ଏବଂ ଇୟନ ମୋର୍ଗାନ୍‌ ୧୩ ରନ କରି ଅପରାଜିତ ଅଛନ୍ତି ।

ରାଜସ୍ଥାନ ପକ୍ଷରୁ ଜୟଦେବ ଉନାଦକତ୍‌ ୪ ଓଭରରେ ୩୫ ରନ ଦେଇଥିବା ବେଳେ, କ୍ରିସ୍‌ ମୋରିସ୍‌ ୪ ଓଭରରେ୨୮ ରନ ୧ଓ୍ବିକେଟ, ଚେତନ୍ ସକାରିୟା ୪ ଓଭରରେ ୨୩ ରନ ୧ ଓ୍ବିକେଟ, ମୁସ୍ତଫିଜୁର ରେହମାନ ୪ ଓଭରରେ ୩୧ ରନ, ଶିବମ ଦୁବେ ୨ ଓଭରରେ ୧୮, ରାହୁଲ ତେଓ୍ବାତିୟା ୧ ଓଭରରେ ୧୧ ରନ ୧ ଓ୍ବିକେଟ ଏବଂ ଗ୍ଲେନ୍‌ ଫିଲିପ୍ସ ୧ ଓଭରରେ ୧୭ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

   Related Posts