IPL 2021 : ଶ୍ରେୟସ୍‌ ଆୟରଙ୍କ ଉପଯୋଗୀ ଇନିଂସ, ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୫୫

Published By : Prameya-News7 Bureau | September 25, 2021 IST

ଦୁବାଇ ୨୫/୦୯ : ଇଣ୍ଡିଆନ ପ୍ରିମିୟର ଲିଗ୍‌ IPLର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ସଞ୍ଜୁ ସାମସନ୍‌ଙ୍କ ରାଜସ୍ଥାନ ରୟାଲ୍ସ । ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ୍‌ ଆୟର ଏବଂ ସିମ୍ରନ୍‌ ହେଟମାୟରଙ୍କ ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୫୪ ରନ । ରାଜସ୍ଥାନକୁ ଜିତିବାକୁ ହେଲେ ୧୫୫ ରନ ସଂଗ୍ରହ କରିବାକୁ ହେବ ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଓପନର ପଥ୍ବୀ ସ’ ଏବଂ ଶିଖର ଧାଓ୍ବନ୍‌ ଦଳକୁ ନିରାଶ କରିଥିଲେ । ବ୍ୟକ୍ତିଗତ ଭାବେ ପୃଥ୍ବୀ ସ’  ୧୦ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାଓ୍ବନ ୮ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଶ୍ରେୟସ ଆୟର ଚମତ୍କାର ଇନିଂସ ଖେଳି ୩୨ ବଲରେ ଗୋଟିଏ ଚୌକା ଏବଂ ୨ଟି ଛକା ସହାୟତାରେ ୪୩ ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୨୪ ରନ, ସିମ୍ରନ୍‌ ହେଟମାୟର ୨୮ ରନ, ଅକ୍ଷର ପଟେଲ ୧୨ ରନ କରି ଆଉଟ ହୋଇଛନ୍ତି । ଲଳିତ ଯାଦବ ୧୪ ଏବଂ ରବିଚନ୍ଦ୍ରନ ଅଶ୍ବିନ ୬ ରନ କରି ଅପରାଜିତ ଅଛନ୍ତି ।

ରାଜସ୍ଥାନ ପକ୍ଷରୁ ତବରିଜ୍‌ ସାମସୀ ୪ ଓଭରରେ ୩୪ ରନ ଦେଇଥିବା ବେଳେ, ମହିପାଲ ଲୋମରୋର୍‌ ୧ ଓଭରରେ ୫ ରନ, କାର୍ତ୍ତିକ ତ୍ୟାଗୀ ୪ ଓଭରରେ ୪୦ ରନ ୧ ଓ୍ବିକେଟ୍‌, ଚେତନ ସକାରିୟା ୪ ଓଭରରେ ୩୩ ରନ ୨ ଓ୍ବକେଟ, ମୁସ୍ତଫିଜୁର ରେହମାନ ୪ଓଭରରେ ୨୨ ରନ ୨ ଓ୍ବିକେଟ, ରାହୁଲ ତେଓ୍ବାତିୟା ୩ ଓଭରରେ ୧୭ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.