Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

IPL ୨୦୨୧ : ରାଜସ୍ଥାନ ରୟାଲସ୍‌କୁ ୧୩୪ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍‌ ରାଇଡର୍ସ

24/04/2021 at 9:21 PM

ମୁମ୍ବାଇ ୨୪/୦୪ : ଦମଦାର ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲସ୍‌ । କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୩୩ ରନ । ସଞ୍ଜୁ ସାମସନ୍‌ଙ୍କ ରାଜସ୍ଥାନ ରୟାଲସ୍‌କୁ ଜିତିବାକୁ ହେଲେ ୧୩୪ ରନ କରିବାକୁ ହେବ ।

କୋଲକାତା ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନୀତିଶ ରାଣା ଏବଂ ଶୁଭମାନ ଗିଲ ପ୍ରଥମ ଓ୍ବିକେଟ ପାଇଁ ବଡ ସ୍କୋର କରିବାରେ ସକ୍ଷମ ହୋଇପାରିନଥିଲେ । ରାଣା ବ୍ୟକ୍ତିଗତ ୨୨ ରନ କରି ଆଉଟ ହୋଇଛନ୍ତି । ଶୁଭମାନ ଗିଲ ୧୧ରନ, ରାହୁଲ ତ୍ରିପାଠୀ ୩୬, ସୁନୀଲ ନାରାୟଣ ୬, ଇୟନ୍‌ ମୋର୍ଗାନ ୦, ଦିନେଶ କାର୍ତ୍ତିକ ୨୫, ଆ​‌େ​‌ନ୍ଧ୍ର​ ରସେଲ ୯ ରନ, ପ୍ୟାଟ୍‌ କମିନସ୍‌ ୧୦ରନ କରି ଆଉଟ ହୋଇଛନ୍ତି । ଶିବମ୍‌ ମାଭି ୫ ରନ କରି ଆଉଟ ହୋଇଛନ୍ତି । ପ୍ରସିଦ୍ଧ କ୍ରିଷ୍ଣା ୦ ରନ କରି ଅପରାଜିତ ଅଛନ୍ତି ।

ରାଜସ୍ଥାନ ରୟାଲସ୍‌ ପକ୍ଷରୁ ସମସ୍ତ ବୋଲର ମାପିଚୁପି ବୋଲିଂ କରିଛନ୍ତି । ଜୟଦେବ ଉନାଦକତ ୪ ଓଭରରେ ୨୫ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ଚେତନ୍‌ ସକାରିୟା ୪ ଓଭରରେ ୩୧ ରନ ୧ ଓ୍ବିକେଟ୍‌, ମୁସ୍ତାଫିଜୁର ରେହମାନ ୪ ଓଭରରେ ୨୨ ରନ ୧ ଓ୍ବିକେଟ୍‌, କ୍ରିସ୍‌ ମୋରିସ୍‌ ୪ ଓଭରରେ ୨୩ ରନ ୪ ଓ୍ବିକେଟ୍‌, ରାହୁଲ ତେଓ୍ବାତିଆ ୩ ଓଭରରେ ୨୪ ରନ ଏବଂ ଶିବମ ଦୁବେ ୧ ଓଭରରେ ୫ରନ ଦେଇଛନ୍ତି । ‌​‌

   Related Posts