ମଧ୍ୟ ପ୍ରଦେଶ ଓ ଛତିଶଗଡ ପରେ ରାଜସ୍ଥାନ ସରକାର କଲେ କୃଷିଋଣ ଛାଡ
19/12/2018 at 9:45 PM

ଜୟପୁର୧୯\୧୨:ମଧ୍ୟପ୍ରଦେଶ ଏବଂ ଛତିଶଗଡ ପରେ ଆଜି ରାଜସ୍ଥାନ ସରକାର ମଧ୍ୟ କୃଷିଋଣ ଛାଡ ଘୋଷଣା କରିଛନ୍ତି । ଋଣନେଇଥିବା କୃଷକଙ୍କ ଉପରୁ ୨ ଲକ୍ଷ ଟଙ୍କାର କୃଷିଋଣ ଛାଡ ହେବ ବୋଲି ରାଜସ୍ଥାନର ନବ ନିର୍ବାଚିତ କଂଗ୍ରେସସରକାର ଘୋଷଣା କରିଛନ୍ତି । ଏହା ଫଳରେ ଏବେ ରାଜ୍ଥାନ ସରକାରଙ୍କ ଉପରେ ବାର୍ଷିକ ୧୮ ହଜାର କୋଟି ଟଙ୍କାରଅଧିକ ବୋଝ ପଡିବ ।
ସୂଚନାଯୋଗ୍ୟଯେ, କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ ହେବ ବୋଲି କଂଗ୍ରେସ ନିର୍ବାଚନ ପ୍ରଚାର ବେଳେ ଘୋଷଣା କରିଥିଲା।ନିକଟରେ ଅନୁଷ୍ଠିତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ୩ଟି ରାଜ୍ୟରେ କଂଗ୍ରେସ ସରକାର ଗଠନକରିଛି । ତିନିରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ପରେ ପ୍ରଥମ ରାଜ୍ୟ ଭାବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଚାଷୀଙ୍କ ଋଣ ଛାଡ ଘୋଷଣା କରିଥିଲେ । ଏହା ପରେ ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କୃଷିଋଣଛାଡ ଘୋଷଣା କରିଥିଲେ ।