ଲଦାଖ ସୀମାରେ ଆହତ ସୈନିକଙ୍କ ପିତାଙ୍କ ବୟାନକୁ ନେଇ ସରଗରମ ରାଜନୀତି : ବିବାଦରୁ ବଞ୍ଚିବା ପାଇଁ ଘରେ ତାଲା ପକାଇ ଗାୟବ ହୋଇଯାଇଛି ପରିବାର

Published By : Prameya-News7 Bureau | June 21, 2020 IST

ଅଲବର ୨୧/୦୬ : ଜୁନ ୧୫ ତାରିଖ ରାତିରେ ଲଦାଖ ଗଲୱାନ ଘାଟିରେ ଭରତ ଚୀନ ମଧ୍ୟରେ ହିଂସା ଘଟଣା ଉପରେ ବୟାନ ରଖି ଯବାନ ସୁରେନ୍ଦ୍ର ସିଂହଙ୍କ ପରିବାର ବିବାଦ ଘେରରେ ଫସିଯାଇଛି | ରାଜସ୍ତାନ ଅଲବର ଜିଲ୍ଲା ନଗାଓଁ ବାସିନ୍ଦା ସୈନିକ ସୁରେନ୍ଦ୍ର ସିଂହ ଆହତ ହୋଇଥିଲେ | ସେ ନିଜ ପରିବାରଲୋକଙ୍କୁ ଲଦାଖ ସୀମା ହୋଇଥିବା ହିଂସା ଘଟନ ସମ୍ପର୍କରେ କହିଥିଲେ | ପରେ ସୁରେନ୍ଦ୍ର ସିଂହଙ୍କ ପରିବାର ଲୋକଙ୍କ ଦ୍ୱାରା ତାଙ୍କ ସହିତ ହୋଇଥିବା କଥାବାର୍ତା ଆଧାରରେ ମିଡ଼ିଆରେ କହିଥିବା କଥାକୁ ନେଇ ରାଜନୀତି ଜୋର ଧରିଛି |

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ଭିଡିଓ ସେୟାର କରି ମୋଦି ସରକାରଙ୍କ ଚୀନ ସୀମାରେ ସୈନିକଙ୍କ ପରିବାର ଦ୍ୱାରା ସୀମାରେ ଘଟିଥିବା ଘଟଣା ବଖାଣିବାକୁ ନେଇ ତୀକ୍ଷ୍ଣ ପ୍ରଶ୍ନ କରିଛନ୍ତି | ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁରେନ୍ଦ୍ର ସିଂହଙ୍କ ପିତା ବଳବନ୍ତ ସିଂହଙ୍କ ଏକ ଭିଡିଓକୁ ଟ୍ୱିଟ କରି ରାହୁଲ ଗାନ୍ଧୀଙ୍କୁ ସରକାର ଏବଂ ସେନାକୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେଇଥିଲେ |

ଏହାପରେ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ରାଜନୀତି ଜୋର ଧରିଛି | ଯାହାଫଳରେ ସୈନିକ ସୁରେନ୍ଦ୍ର ସିଂହଙ୍କ ମାତା-ପିତା ରବିବାର ଦିନ ନିଜ ଘରେ ତାଲା ପକାଇ ଗାୟବ ହୋଇଯାଇଛନ୍ତି | ଘରକୁ ବାରମ୍ବାର ଆସୁଥିବା ନେତା ଏବଂ ଅନ୍ୟ ଲୋକଙ୍କ ଭିଡ ଓ ବୟାନବାଜିରୁ ବଞ୍ଚିବା ପାଇଁ ସେ ଘରେ ତାଲା ପକାଇ ପଳାଇ ଯାଇଛନ୍ତି |

{"id":289443,"sizeSlug":"large"}

ସୂତ୍ର ଅନୁଯାୟୀ, ରାମଗଡ଼ ଏଡ଼ିଏମ ରେଣୁ ମୀନା ଏବଂ ଆର୍ମି ଅଧିକାରୀ ସୁରେନ୍ଦ୍ର ସିଂହଙ୍କ ପରିବାରକୁ ବୟାନବାଜି ନ କରିବାକୁ ପରାମର୍ଶ ଦେଇଛନ୍ତି | କିନ୍ତୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ବୟାନ ଦେବା ପାଇଁ ତାଙ୍କୁ ବାଧ୍ୟ କରାଯାଉଛି | ଏ ସମ୍ପର୍କରେ ବଳବନ୍ତ ସିଂହଙ୍କୁ ସମ୍ପର୍କ କରିବାକୁ ପ୍ରୟାସ କରାଯାଇଥିଲା କିନ୍ତୁ ବର୍ତ୍ତମାନ ସେ କାହାର ଫୋନ ରିସିଭ କରୁନାହାନ୍ତି |

ରବିବାର ଦିନ ରମାଗଧ ଏଡ଼ିଏମ ରେଣୁ ମୀନା ସୁରେନ୍ଦ୍ର ସିଂହଙ୍କ ପରିବାରକୁ ଅଯଥା ବୟାନନାଜିରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ | ବିବାଦରୁ ବଞ୍ଚିବା ପାଇଁ କାହାକୁ ମଧ୍ୟ କିଛି ବୟାନ ନ ଦେବାକୁ ସେନା ଅଧିକାରୀ କହିଥିଲେ | ରବିବାର ଦିନ ବିଜେପି ରାଷ୍ଟ୍ର ଉପାଧ୍ୟକ୍ଷ ଏବଂ ରାମଗଡ଼ ପୂର୍ବତ୍ତନ ବିଧାୟକ ଜ୍ଞାନଦେବ ଆହୁଜା କହିଛନ୍ତି ଯେ କଂଗ୍ରେସ ଦଳ ଓ ପୋଲିସ ପ୍ରଶାସନ ସୈନିକଙ୍କ ପିତା ରାହୁଲ ଗାନ୍ଧୀଙ୍କ ଉପରେ ଦେଇଥିବା ବୟାନ ବଦଳାଇବାକୁ ଚାପ ପକାଇଥିଲେ | ଆହୁଜା କଂଗ୍ରେସ ଉପରେ ଦଳର ଦୁରୁପଯୋଗ କରି ସୈନିକଙ୍କ ପରିବାରକୁ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.