ରାଜଶ୍ରୀ ପ୍ରଡକ୍ସନ ଓ ସୁରଜ ବଡଜାତ୍ୟା ଆସୁଛନ୍ତି ଏହି ପାରିବାରିକ ଫିଲ୍ମ ନେଇ, ଫେବୃଆରୀରେ ରିଲିଜ
10/01/2019 at 2:32 PM

ମୁମ୍ବାଇ୧୦|୧: ବଲିଉଡରେ ଫିଲ୍ମ “ନଦିୟା କେ ପାର”, “ମୈନେ ପ୍ୟାର କିୟା”, “ହମ ଆପକେ ହେଁ କୌନ”, “ହମ ସାଥ ସାଥ ହୈ” ଏବଂ “ବିବାହ” ଫିଲ୍ମର ପ୍ରଯୋଜକ ରାଜଶ୍ରୀ ପ୍ରଡୋକ୍ସନର ସୁରଜ ବଡଜାତ୍ୟାଙ୍କୁ ପୁଣି ଥରେ ସିଲଭର ସ୍କ୍ରିନରେ ଶୀଘ୍ର ହିଁ ତାଙ୍କ ଫିଲ୍ମ ସହ ଦେଖିବାକୁ ମିଳିବ। ସୁରଜ ବରଜାତ୍ୟା ଏକାଧାରରେ ଜଣେ ବରିଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ସଂଳାପ ଲେଖକ। ତାଙ୍କର ଶେଷ ଚଳଚ୍ଚିତ୍ର ପ୍ରେମ ରତନ ଧନ ପାୟୋ ହିଟ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଓ ସୋନମ କପୁର ମୁଖ୍ୟ ଭୁମିକାରେ ଥିଲେ। “ପ୍ରେମ ରତନ ଧନ ପାୟୋ”କୁ ୩ ବର୍ଷ ପୂରଣ ହେବା ଅବସରରେ ତାଙ୍କର ଆଉ ଏକ ଫିଲ୍ମର ଘୋଷଣା କରିଛନ୍ତି ସୁରଜ। ସୁରଜଙ୍କର ଅଧିକାଂଶ ଫିଲ୍ମ ଭାରତୀୟ ସଭ୍ୟତା, ପାରିବାରିକ ସଂମ୍ପର୍କର ମହାନତା, ସଂଯୁକ୍ତ ପରିବାର ଉପରେ ଆଧାରିତ ଥାଏ।

୩ ବର୍ଷ ପରେ ସୁରଜ ବରଜାତ୍ୟାଙ୍କ ପାରିବାରିକ ଚଳଚ୍ଚିତ୍ର “ହମ ଚାର” ଆସନ୍ତା ଫେବୃାଆରୀ ୧୫ରେ ମୁକ୍ତିଲାଭ କରିବ । ଏହା ରାଜଶ୍ରୀ ପ୍ରଡୋକ୍ସନର ୫୮ତମ ଫିଲ୍ମ । ଫିଲ୍ମର ଟିଜର ଗତ ସୋମବାର ରିଲିଜ ହୋଇଥିଲା। ସୁରଜଙ୍କର ଅନ୍ୟ କାହାଣୀ ଭଳି ଏହି ଫିଲ୍ମ ମଧ୍ୟ ବନ୍ଧୁତା ଏବଂ ସମ୍ପର୍କ ଉପରେ ଆଧରିତ। ଟିଜରରେ ଦୋଖା ଯାଇଛି ଯେ ବନ୍ଧୁମାନେ ଘର ଓ ପରିବାରର ମୁଖ୍ୟ ଅଂଗ।

ବନ୍ଧୁତା ଭାବନାରେ ଆଧାରିତ ଏହି ଚଳଚ୍ଚିତ୍ର ସମ୍ପୂର୍ଣ ଭାବେ ପ୍ରସ୍ତୁତ ଅଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଭିଷେକ ଦିକ୍ଷିତ ଅଛନ୍ତି। ଏହି ଫିଲ୍ମଟି ବନ୍ଧୁତାର ସଂମ୍ପର୍କକୁ ନୂଆ ପରିଭାଷା ଦେବ ବୋଲି ଅଭିଷେକ କହିଛନ୍ତି। ରାଜଶ୍ରୀ ପ୍ରଡକ୍ସନର ଏହି ଚଳଚ୍ଚିତ୍ର ନିର୍ମାଣ ବେଳେ ଖୁବ ଭଲ ଅନୁଭବ ହୋଇଥିଲା ବୋଲି ଆଭିଷେକ କହିଛନ୍ତି।
Related Posts
ବିବାହ ବନ୍ଧନରେ ବାନ୍ଧିହେଲେ ସବ୍ୟସାଚୀ ଓ ଅର୍ଚ୍ଚିତା
1 March 2021