ବହୁ ଚର୍ଚ୍ଚିତ ରାଜାରାମ ସୁନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୩ ଗିରଫ

Published By : Prameya-News7 Bureau | June 28, 2020 IST

ବଲାଙ୍ଗୀର୨୮/୬: ବଲାଙ୍ଗୀର ଲାଠୋର ରାଜାରାମ ସୁନାଙ୍କ ମୃତଦେହ ରେଳୱେ ଟ୍ରାକରୁ ମିଳିବା ଘଟଣାର ପର୍ଦାଫାଶ କଲା ବଲାଙ୍ଗୀର ପୋଲିସ।  ପୂର୍ବ ଶତ୍ରୁତାକୁ ନେଇ ରାଜାରାମକୁ ହତ୍ୟା  କରି ମୃତ ଦେହକୁ ଆତ୍ମ ହତ୍ୟାର ରୂପ ଦେବାକୁ ଯାଇ ରେଳୱେ ଲାଇନରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ। ହତ୍ୟାରେ ବ୍ୟବହୃତ ହତିଆର ଓ  ପ୍ରମାଣ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇଛି ପୋଲିସ୍। ଆଜି ପାଟଣାଗଡ଼ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି l

ବହୁ ଚର୍ଚ୍ଚିତ ନୂଆପଡା ଜିଲ୍ଲା  ରେଳ ଲାଇନ୍‌ ଟ୍ରାକରୁ ବଲାଙ୍ଗୀର ଜିଲ୍ଲା ଲାଠୋରର ରାଜାରାମ ସୁନାଙ୍କ ମୃତ ଦେହ ଉଦ୍ଧାର ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ୍। ଗତ ୭ ବର୍ଷ ତଳେ ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏପରି ଫିଲ୍ମ ଷ୍ଟାଇଲ୍‌ରେ ଅଭିଯୁକ୍ତ ହତ୍ୟା କରିଥିବା ପୋଲିସ ହାତରେ ପ୍ରମାଣ ଲାଗିଛି। ଖାଲି ସେତିକି ନୁହେଁ ୭ ବର୍ଷ ତଳେ ଅଭିଯୁକ୍ତର ମୃତଦେହ ରେଳ ଲାଇନ୍‌ର ଯେଉଁ ନିର୍ଦ୍ଧିଷ୍ଟ ସ୍ଥାନରୁ ମିଳିଥିଲା ସେଇ ସ୍ଥାନରୁ ରାଜାରାମ ସୁନାର ମୃତ ଦେହ ମିଳିବା ଘଟଣା କେତେ ଭୟଙ୍କର ହୋଇଥିଲା ତାର ପ୍ରମାଣ ଲାଗିଛି ପୋଲିସ ହାତରେ।

ରାଜାରାମଙ୍କୁ  ଅଭିଯୁକ୍ତମାନେ ପ୍ରଥମେ ଲାଠୋରରୁ ଅପହରଣକରୀ ହତ୍ୟା କରିବା ପରେ ନୂଆପଡା ଜିଲ୍ଲାର ରେଳ ଲାଇନ୍‌ରେ ମୃତଦେହକୁ ପିଙ୍ଗି ଦେଇଥିଲେ। ଘଟଣାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ନୂଆପଡାର ଜିତେନ୍ ସିଂ ବାଘ ଓରଫ ଭଲ୍ଲା, ଅଜୟ ମିଶ୍ର ଓ ନୀଳାମ୍ବର ସୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

କଣ୍ଟାବାଞ୍ଜି ଷ୍ଟେସନ୍‌ ମାଷ୍ଟର ସୂଚନକୁ ଆଧାର କରି ନିକଟ ରେଲୱେ ଟ୍ରାକରୁ ଲାଠୋର ଅଂଚଳର ରାଜାରାମ ସୁନାଙ୍କ ମୃତ ଦେହ ଉଦ୍ଧାର କରିଥିଲା ଜିଆର୍‌ପି ପୋଲିସ। ପରେ ପରିବାର ପକ୍ଷରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଅଭିଯୋଗ କରି ଲାଠୋର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ଏକ ଗଠିତ ଟିମ୍ ହତ୍ୟାକାଣ୍ଡର ଖୋଳତାଡ଼ କରି ସାମିଲ ଥିବା ୩ ଜଣକୁ  ଛତିଶଗଡ  ରାୟପୁରରୁ ଉଠାଇ ଆଣି ଥିଲା। ତଦନ୍ତରେ ଗତ ୭ ବର୍ଷ ତଳେ ମୁଖ୍ୟ ଅଭିଯୁକ୍ତ  ଜିତେନ୍ ବାଘ ର ବଡଭାଇ ସୁବାଷ ଭଲ୍ଲାର ମୃତଦେହ ରେଳ ଲାଇନ୍‌ରୁ ମିଳିଥିଲା।

ଏହି ହତ୍ୟା କାଣ୍ଡରେ ରାଜାରାମର ହାତ ଥିବା ସନ୍ଦେହ କରି ପୁରା ପୁରି ସମାନ ଷ୍ଟାଇଲ୍‌ରେ ରାଜାରାମକୁ ହତ୍ୟା କରିଥିଲେ ଗିରଫ ଅଭିଯୁକ୍ତ। ସେହିପରି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା  ଜେକ ରଡ଼,  ମହିନ୍ଦ୍ରା ଏସ୍‌ୟୁଭି ଗାଡି, ଗୋଟିଏ ମୋଟର ସାଇକଲ ଓ ହତ୍ୟା ବେଳେ ବ୍ୟବହାର ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ। ଏନେଇ ପାଟଣାଗଡ଼ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.