ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

Published By : Prameya-News7 Bureau | November 06, 2021 IST

ଭଦ୍ରକ ୬।୧୧: କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । ମା’ ୭ ଦିନରେ ୭ଟି ବେଶ ଧାରଣ କରନ୍ତି । ଶନିବାର ସପ୍ତମାତୃକା ବେଶର ତୃତୀୟ ଦିନରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ପୃଥିବୀକୁ ଶତୃଙ୍କୁ ସଂହାର କରିବା ପାଇଁ ଏହି ବେଶ ଧାରଣ କରିଥାନ୍ତି ।

{"id":539248,"width":753,"height":414,"sizeSlug":"full","linkDestination":"none"}

ଏହି ବେଶରେ ଦର୍ଶନ କଲେ ଆୟୁ ଓ ଆରୋଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ପହଡ ଖୋଲିବା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ମା’ଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତମାନେ ଏଠାକୁ ଛୁଟି ଆସନ୍ତି । ମା’ଙ୍କ କରୁଣା ଭିକ୍ଷା କରନ୍ତି । କରୋନା କଟକଣା ପାଇଁ ଏଥର ଦର୍ଶନ କରି ପାରୁନାହାନ୍ତି ଶ୍ରଦ୍ଧାଳୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.