ରାଜପଥ ଅବରୋଧ କଲେ ପ୍ରବାସୀ ଓଡିଆ

Published By : Prameya-News7 Bureau | May 16, 2020 IST

ଭଦ୍ରକ ୧୬।୦୫: ଅସୁବିଧାରେ ଥିଲେ । ବାରମ୍ବାର ଘରକୁ ଫେରିବା ପାଇଁ ଅନୁରୋଧ କରିଥିଲେ । ଆଉ ଏବେ ଫେରିବା ପରେ ଧାରଣାରେ ବସୁଛନ୍ତି । ଏମିତି କି ନିଜ ବ୍ୟାଗ ଓ ବେଡିଙ୍ଗ ଧରି ରାଜପଥ ଅବରୋଧ କଲେ । ସ୍ଥାନୀୟ ଲୋକେ ବିରୋଧ କରିବାରୁ ଉତ୍ତେଜନା ଦେଖାଗଲା । ଦୀର୍ଘ ସମୟ ପରେ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଘଟଣା ।

{"id":270660,"sizeSlug":"large"}

ସୂଚନାଯୋଗ୍ୟ ଯେ, 16 ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ନଳାଙ୍ଗ ନିକଟ ପେଟ୍ରୋଲ ଟାଙ୍କି ନିକଟର ଆନ୍ଦୋଳନ ଚାଲିଛି । ବ୍ୟାଗ ଧରି ରାଜପଥ ଉପରେ ହଙ୍ଗାମା କରୁଛନ୍ତି ପ୍ରବାସୀ । ଏମାନେ ସମସ୍ତେ ବରଗଡ଼ ଜିଲ୍ଲାର ବୋଲି ସୂଚନା ରହିଛି । ଗତକାଲି କୋଇମ୍ବାଟୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସି ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ ରେ ଓହ୍ଲାଇଥିଲେ । ସେଠାରେ ସେମାନଙ୍କ ସ୍କ୍ରିନିଂ କରାଗଲା । ପରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ ହୋଇଛି । ସ୍ୱତନ୍ତ୍ର ବସ ଆସିଲେ ସେମାନେ ଯିବେ ।

{"id":270661,"sizeSlug":"large"}

ସେପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରର ଏକ କଲେଜରେ ରଖାଯାଇଥିଲା । କିନ୍ତୁ ସେଠାରେ ସେମାନେ ରହିଥିଲେ । କିନ୍ତୁ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ ଠିକ ଖାଇବା ପାଇଁ ଦିଆଯାଇନାହିଁ । ସେଥି ପାଇଁ ସିଧା ଆସିଲେ ରାଜପଥକୁ । ଆରମ୍ଭ କଲେ ଆନ୍ଦୋଳନ । ସେମାନଙ୍କୁ ଦେଖି ସ୍ଥାନୀୟ ଲୋକେ ଉତ୍ୟକ୍ତ ହେଲେ । କାରଣ ସୁରକ୍ଷା ଦୃଷ୍ଟିରୁ ଲୋକେ ଆତଙ୍କିତ ହୋଇଥିଲା । ଶେଷ ରେ ଭଦ୍ରକ ଗ୍ରାମଞ୍ଚଳ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.