Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସରିଲା ଦୁଇ ଦିନିଆ ରିମାଣ୍ଡ, ଜେଲ୍ ଗଲେ ରଜନୀକାନ୍ତ

26/10/2021 at 12:33 PM

ଖଲ୍ଲିକୋଟ ୨୬।୧୦:  ସରିଲା ରିମାଣ୍ଡ ଅବଧି । ଜେଲ ଗଲେ ଖୋଜାପଲ୍ଲୀର କୋଟିପତି ନିଶା ବ୍ୟବସାୟୀ ରଜନୀକାନ୍ତ ପଟ୍ଟନାୟକ । ପୁଲିସ ୪ ଦିନ ପାଇଁ ଆବେଦନ କରିଥିବା ବେଳେ ଏଡିଜେ ଦୁଇ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଖଲ୍ଲିକୋଟ ପୁଲିସ ରଜନୀକାନ୍ତକୁ ଦୁଇ ଦିନ କାଳ ଜେରା କରି ସୋମବାର କୋର୍ଟରେ ହାଜର କରିଥିଲେ ।

ଦୁଇ ଦିନ ରିମାଣ୍ଡ ଅବଧିରେ ସେ ନେଇ ବହୁ ତଥ୍ୟ ହାସଲ କରିଥିବା ବେଳେ ଆବଶ୍ୟକ ହେଲେ ପୁଣି ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି ଜଣାପଡିଛି । ରଜନୀକାନ୍ତ ଗତ ୧୦ ବର୍ଷ ଧରି ତାର ନିଶା ସାମ୍ରାଜ୍ୟ ଚଳାଇଥିବା ଗଞ୍ଜାମ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ସେ ଗତ ୩୦ ବର୍ଷରୁ ଅଧିକ ସମୟ ଧରି ଏହି ବେପାର ଚଳାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ସୂଚନାଯୋଗ୍ୟ ଯେ,  ଗତ ୨୧ ତାରିଖ ରାତିରେ ପୁଲିସ ରଜନୀକାନ୍ତଙ୍କ ଘରେ ଚଢ଼ଉ ବେଳେ ୩୪ କେଜି ଗଞ୍ଜେଇ, ୧୦ କେଜି ଅଫିମ ସହ ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା ଗହଣା ଜବତ କରିଥିଲା । ପୁଲିସ ଟିମ୍‌ ଚକିତ ହୋଇଯାଇଥିଲେ । ଖଲ୍ଲିକୋଟ ଅଞ୍ଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ରଜନୀକାନ୍ତଙ୍କ ସହ ଲିଙ୍କ୍‌ ରହିଥିବାର ସୂଚନା ପୁଲିସ ପାଇଛି । ଆଗାମୀ ଦିନରେ ଏଥିରେ ଜଡିତ ଆଉ କିଛି ବ୍ୟକ୍ତିଙ୍କୁ ପୁଲିସ କାବୁ କରିବ ବୋଲି ଅନୁମାନ କରାଯାଉଛି ।

ତେବେ ଦୁଇ ଦିନ ଜେରାରେ ପୁଲିସ ଅନେକ ତଥ୍ୟ ହାସଲ କରିଥିବା ସୂଚନା ମିଳୁଛି । ଖଲ୍ଲିକୋଟ ସମେତ ଆଖପାଖ ଅଞ୍ଚଳରେ ବହୁ ନିଶା ବେପାରୀଙ୍କ ରଜନୀକାନ୍ତ ଲିଙ୍କ୍‌ ରହିଥିବା ନେଇ ତଥ୍ୟ ପୁଲିସକୁ ହସ୍ତଗତ ହୋଇଛି । ତାହାକୁ ଆଧାର କରି ପୁଲିସ ଖଲ୍ଲିକାଟ ସମେତ ଭେଜିପୁଟ, ଲଙ୍ଗଳେଶ୍ୱର, କୈରାଶି ଆଦି ସ୍ଥାନରୁ ନିଶା ବେପାରୀମାନଙ୍କୁ  ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।

   Related Posts