ଅଭିନେତା ରଜନୀକାନ୍ତ ଅସୁସ୍ଥ, ହାଇଦ୍ରାବାଦ ଆପଲୋରେ ଭର୍ତ୍ତି
25/12/2020 at 1:58 PM

ହାଇଦ୍ରାବାଦ୨୫/୧୨: ଖ୍ୟତନାମା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ଅସୁସ୍ଥ।ତାଙ୍କୁ ହାଇଦ୍ରାବାଦସ୍ଥିତ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଜନିତ କାରଣରୁ ରଜନୀକାନ୍ତ ହଠାତ୍ ଅସୁସ୍ଥ ହୋଇପଡିଥିଲେ।ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ନିକଟରେ ଏକ ପରୀକ୍ଷା ବେଳେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା। ଶୁକ୍ରବାର ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଆପଲୋ ହସ୍ପିଟାଲସ୍ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ତେଲଗୁ ସୁପରଷ୍ଟାର ରଜନୀକାନ୍ତ ସିନେମା ‘ଅନାଥେ’ର ସୁଟିଂ ପାଇଁ ୧୦ ଦିନ ହେଲା ହାଇଦ୍ରାବାଦରେ ଅବସ୍ଥାନ କରୁଛନ୍ତି। ତେବେ ସୁଟିଂ ସାମିଲ ଥିବା ଏକାଧିକ କଳାକାର ଓ ଆସିଷ୍ଟାଣ୍ଟ କୋଭିଡ୍-୧୯ ପଜିଟିଭ୍ ଜଣାପଡିବା ପରେ ସୁଟିଂକୁ ସ୍ଥଗିତ ରଖାଯାଇଛି। କୋଭିଡ୍ ଆଶଙ୍କାରେ ଗତ ୨୨ ଦିନ ରଜନୀକାନ୍ତ ତାଙ୍କର କୋଭିଡ୍ ପରୀକ୍ଷା କରାଇଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ମଧ୍ୟ ସେ ନିଜକୁ ଆସୋଲେସନରେ ରଖିଥିଲେ। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତାଙ୍କ ଶରୀରରେ କୋଭିଡ୍ର କୌଣସି ଲକ୍ଷଣ ନଥିଲେ ମଧ୍ୟ ତାଙ୍କ ରକ୍ତଚାପ ବାରମ୍ବାର ଅସ୍ଥିର ରହୁଥିଲା। ତେଣୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରକ୍ତଚାପ କମିବା ସହ ସ୍ଥିତି ସାଧାରଣ ଅବସ୍ଥାକୁ ଆସିଲେ, ତାଙ୍କୁ ଡାକ୍ତରଖାନାରୁ ଛଡା ଯିବ ବୋଲି ଜଣାଯାଇଛି। ରକ୍ତଚାପ ବ୍ୟତୀତ ଅଭିନେତା ରଜନୀକାନ୍ତଙ୍କର ଅନ୍ୟ ସେପରି ସ୍ବାସ୍ଥ୍ୟାଜନିତ ସମସ୍ୟା ନଥିବା ଆପଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି।