୩୫ ବର୍ଷ ପରେ ଗୋଟିଏ ସିନେମାରେ ନଜର ଆସିବେ ରଜନୀକାନ୍ତ ଓ କମଲ୍‌ ହାସନ୍

Published By : Prameya-News7 Bureau | December 08, 2019 IST

ଚେନ୍ନାଇ - ଦକ୍ଷଣ ଭାରତର ଦୁଇ ମେଗାଷ୍ଟାର ରଜନୀ କାନ୍ତ ଓ କମଲ୍‌ ହାସନ୍‌ ଗୋଟିଏ ସିନେମାରେ ନଜର ଆସିବେ । ୩୫ ବର୍ଷ ପରେ ପୁଣି ଗୋଟିଏ ସିନେମାରେ ଦୁଇ ମେଗାଷ୍ଟାର ରଜନୀକାନ୍ତ ଓ କମଲ୍‌ ହାସନ ଅଭିନୟ କରୁଥିବା ଦେଖିବାକୁ ମିଳିବ ୧୯୮୫ ମସିହାରେ ଅମିତାଭ ବଚନଙ୍କ ସହ ଏକ ସିନେମାରେ ଏହି ଦୁଇ ଅଭିନେତା ନଜର ଆସିଥିଲେ ।

ଏବେ ତାମିଲ୍‌ ନିର୍ଦେଶକ ଲୋକେଶ କାନଗରାଜଙ୍କ ସିନେମାରେ ଏକାଠୁ କାମ କରିବେ ବୋଲି ସୂଚନ ଦେଇଛନ୍ତ । ଲୋକେଶଙ୍କ ସିନେମା ସ୍କ୍ରିପ୍ଟକୁ ନେଇ ଏହି ଦୁଇ ଜଣ ଅଭିନେତା ସମ୍ମତି ପ୍ରକାଶ କରିଥିବା ସୂଚନା ମିଳିଛି ।

ଏହି ସିନେମାର ପ୍ରଯୋଜନା ଦାୟିତ୍ୱ ରାଜ କମଲ୍‌ ଫିଲ୍ସ ଇଣ୍ଟରନ୍ୟାସନାଲ ନେଇଛି । ଏହି ସିନେମା ବିଷୟରେ ଅଧିକାରୀକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।
ଆସନ୍ତା ବର୍ଷ ଶେଷ ବେଳକୁ ଏହି ସିନେମା ମୁକ୍ତିଲାଭ କରିବାର ଯୋଜନା ରହିଛି ।

ବର୍ତମାନ କମଲ୍‌ ହାସନ୍‌ ଇଣ୍ଡିଆନ୍‌ ୨ ପାଇଁ ସୁଟିଂ କରୁଛନ୍ତି । ତାଇଓ୍ୱେନରେ ଏହି ସିନେମାର କେତକ ସିନ୍‌ ସୁଟିଂ କରାଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.