ଭିଜିଲାନ୍ସ ହାତରେ ଧରାପଡିଲେ ଏଏସଆଇ, ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ
3/09/2020 at 4:22 PM

ରାଜନଗର ୩।୯: ଭିଜିଲାନ୍ସ ହାତରେ ଧରାପଡିଲେ ଏଏସଆଇ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଏଏସଆଇ ବୈଷ୍ଣବ ଚରଣ ବେହେରା ଧରାପଡିଛନ୍ତି ।

ପାରିବାରିକ ଗଣ୍ଡଗୋଳ ମାମଲାରୁ ନଁ। କାଟିବା ପାଇଁ ଏଏସ୍ଆଇ ବୈଷ୍ଣବ ଚରଣ ବହେରା ସ୍ଥାନୀୟ ଗୋକର୍ଣ୍ଣଶ୍ବେର ଗଁ।ର ଦିବାକର ସେଠୀଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ । ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଟଙ୍କା ସହ କାବୁ କରି ନେଇଥିଲା । ଏହି ଘଟଣାରେ ଏଏସ୍ଆଇ ବୈଷ୍ଣବ ଚରଣ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ତାଙ୍କ ଯାଜପୁର ସ୍ଥିତ ବାସଭବନ ଓ ସରକାରୀ କ୍ବାର୍ଟରରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିବା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁ ସୂଚନା ଦେଇଛନ୍ତି ।
Related Posts
ହାତକୁ ହାଣି ଲୁଟ୍, ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ୪ଲକ୍ଷ ଟଙ୍କା
18 January 2021
୩୨ ତମ ସଡ଼କ ସୁରକ୍ଷା ସପ୍ତାହ, ଚଣ୍ଡିଖୋଲ ଛକରୁ ଗଡିଲା ସଚେତନତା ରଥ
18 January 2021