ଅଗଷ୍ଟ ୧୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ସବୁ ରାଶି ପାଇଁ ରାଜଯୋଗ, ଭାଗ୍ୟରେ ରହିଛି ଧନ ପ୍ରାପ୍ତିର ଯୋଗ

Published By : Prameya-News7 Bureau | August 11, 2019 IST

ଜ୍ୟୋତିଷ ଶାସ୍ତ୍ରନୁଯାୟୀ ଚଳିତ ଅଗଷ୍ଟ ମାସ ୧୧ ରୁ ୨୨ ତାରିଖ ପର୍ଯ୍ୟନ୍ତ କିଛି ରାଶିର କୁଣ୍ଡଳୀ​ରେ ରାଜଯୋଗ ସୃଷ୍ଟି ହୋଇଛି। ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ ରହିଛି। ଏଥିସହ ପରିବାର ଭିତରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ସୁଖ, ଶାନ୍ତି ଓ ସମୃଦ୍ଧି ଗୃହକୁ ଆଗମନ କରିବ। ଆସନ୍ତୁ ଜାଣିବା କେଉଁ କେଉଁ ରାଶିର କୁଣ୍ଡଳୀରେ ରାଜଯୋଗ ସୃଷ୍ଟି ହୋଇଛି।

କର୍କଟ ଓ ସିଂହ ରାଶି-  ଜ୍ୟୋତିଷ ଶାସ୍ତ୍ରନୁଯାୟୀ ଅଗଷ୍ଟ ୧୧ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଦୁଇଟି ରାଶିର କୁଣ୍ଡଳୀର ଦ୍ବିତୀୟ ଭାଗରେ ରାଜଯୋଗ ପ୍ରବେଶ କରିସାରିଛି। ରାଜଯୋଗ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ ରହିଛି। କର୍କଟ ଓ ସିଂହ ରାଶିର ବ୍ୟକ୍ତିଙ୍କୁ ଲଟ୍ରି କିମ୍ବା ବୀମା ମାଧ୍ୟମରେ ଧନ ପ୍ରାପ୍ତିର ଯୋଗ ରହିଛି।ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଖୁସି ଓ ଆନନ୍ଦ ଭରି ଯିବ। ସେଥିପାଇଁ କର୍କଟ ଓ ସିଂହ ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଦେବଙ୍କ ପୂଜା କରିବା ଉଚିତ୍।

କନ୍ୟା ଓ ବୃଷ ରାଶି- ଅଗଷ୍ଟ ୧୧ ରୁ ୨୨ ତାରିଖ ପର୍ଯ୍ୟନ୍ତ କନ୍ୟା ଓ ବୃଷ ରାଶିର କୁଣ୍ଡଳୀରେ ରାଜଯୋଗ ପ୍ରବେଶ କରିସାରିଛି।ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ ଏବଂ ଅଧାରେ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।ଏହି ଦିନଗୁଡିକରେ କର୍କଟ ଓ ବୃଷ ରାଶିର ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ସୃଦୃଢ଼ ରହିବ।ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ଚାକିରିର ଯୋଗ ରହିଛି।ଚାକିରି କରିଥିବା ବ୍ୟକ୍ତିମାନଙ୍କର ପଦଉନ୍ନତି ହେବା ସହ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି ।ଏହି ରାଶିର ବ୍ୟକ୍ତିଙ୍କ ଉପରକୁ ଆସୁଥିବା ବିପଦ ଟଳି ଯିବ।ଏଥିପାଇଁ ପ୍ରତ୍ୟେକ ଦିନ ସକାଳୁ ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କୁ ନମସ୍କାର କରନ୍ତୁ।

ତୁଳା ଓ ଧନୁ ରାଶି- ଜ୍ୟୋତିଷ ଶାସ୍ତ୍ରନୁଯାୟୀ  ତୁଳା ଓ ଧନୁ ରାଶିର କୁଣ୍ଡଳୀରେ ରାଜଯୋଗ ପ୍ରବେଶ କରିସାରିଛି। ଏହି ରଶିର ବ୍ୟକ୍ତିମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବା ସହ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି।ଏହି ରାଶିର ବ୍ୟକ୍ତିମାନେ ମଧ୍ୟ ସୁଖ, ଶାନ୍ତି ଓ ସମୃଦ୍ଧିରେ ରହିବେ। ଦୀର୍ଘଦିନ ଧରି ଲାଗି ରହିଥିବା ଆର୍ଥିକ ଅନଟନରୁ ମଧ୍ୟ ତ୍ରାହି ପାଇବେ। ଏହି ରାଶିର ବ୍ୟକ୍ତିମାନେ ଦେଖିଥିବା ସ୍ବପ୍ନ ସାକାର ହେବ। ତୁଳା ଓ ଧନୁ ରାଶିର ବ୍ୟକ୍ତିମାନଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ସଦାସର୍ବଦା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.