Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମାଆ ସମଲେଶ୍ବରୀଙ୍କ ରାଜାରାଜେଶ୍ବରୀ ବେଶ : ଶ୍ରଦ୍ଧାଳୁଙ୍କ ସମାଗମ

14/10/2019 at 3:36 PM

ସମ୍ବଲପୁର ୧୪/୧୦: ପଶ୍ଚିମ ଓଡିଶାର ଆରାଧ୍ୟଦେବୀ ମାଆ ସମଲେଶ୍ବରୀଙ୍କୁ  ପବିତ୍ର କୁମାର ପୂର୍ଣ୍ଣମୀ ତିଥିରେ ରାଜାରାଜେଶ୍ବରୀ ବେଶରେ ସଜ୍ଜିତ କରାଯାଇଛି। ଏହି ବେଶ ଦେଖିବାକୁ ମନ୍ଦିର ପରିସରରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହାସହ ମାଆଙ୍କ ନୂଆ ଧ୍ବଜା ମଧ୍ୟ ସ୍ଥାପନ କରାଯାଇଛି। ମାଆ ସମଲେଶ୍ବରୀଙ୍କୁ ବର୍ଷକ ଦୁଇଥର ବେଶ କରାଯାଇଥାଏ। ପବିତ୍ର ମହାଳୟା ତିଥିରେ ଧବଳମୁଖୀ ବେଶ ଓ କୁମାର ପୂର୍ଣ୍ଣମୀ ତିଥୀରେ ରାଜରାରାଜେଶ୍ବରୀ ବେଶରେ ମାଆ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଅବସରରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ବାରା ନିଆଁଖେଳ ଓ ଆଖଡ୍ଡା ପ୍ରଦର୍ଶନ କରାଯାଇଥାଏ।

ପୁରାଣ କଥା ଅନୁସାରେ ଯୁଦ୍ଧ ବିଜୟ ପରେ ରାଜାଙ୍କ ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କୁ ରାଜାରାଜେଶ୍ବରୀ ବେଶରେ ସଜ୍ଜିତ କରାଯିବା ପରେ  ପ୍ରଜାମାନେ ଦର୍ଶନ କରୁଥିଲେ। ସେହି ପରମ୍ପରା ଅନୁସାରେ କୁମାର ପୂର୍ଣ୍ଣମୀ ତିଥୀରେ ମାଆଙ୍କୁ ଏହି ବେଶରେ ସଜ୍ଜିତ କରିବା ସହ ବହୁ ସଂଖ୍ୟାରେ ଯୁବକ ମାନେ ଆଖଡ଼ା ଖେଳ ପ୍ରଦର୍ଶନ କରିଥିଲେ। ସେହିପରି ବର୍ଷକୁ ଥରେ ମାଆଙ୍କ ମନ୍ଦିରର ମୁଖ୍ୟ ଧ୍ବଜାକୁ ପରିବର୍ତ୍ତନ କରାଯାଇଥାଏ।

ପୂର୍ଣ୍ଣମୀ ତିଥୀରେ ଗତକାଲି ବିଳମ୍ବିତ ରାତିରେ ମାଆଙ୍କ ମନ୍ଦିରର ମୁଖ୍ୟ ଧ୍ବଜା ପରିବର୍ତ୍ତନ କରାଯାଇ ନୂତନ ଧ୍ବଜା ଲଗାଯାଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ବିଶେଷ ନିତୀ ଦେଖିବା ସହ ମାଆଙ୍କ ଦର୍ଶନ କରିଥିଲେ। ମାଆ ସମଲେଶ୍ବରୀ ମହାଳୟା ତିଥୀରେ ଶ୍ରଦ୍ଧାଳୁ ମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଥିବା ବେଳେ କୁମାରପୂର୍ଣ୍ଣମୀ ତିଥୀରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଇଥିଲେ। ମାଆଙ୍କ ଏହି ଅପୂର୍ବ ବେଶ ଦେଖିବାକୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।

ମାଆ ସମଲେଶ୍ବରୀଙ୍କ ନୂଆ ଧ୍ବଜା ଲଗାଯିବା ପରେ ମନ୍ଦିର ପରିସରରେ ଆଖଡାଖେଳ,ନିଆଁ ଖେଳ ସହ ପଞ୍ଚବାଦ୍ୟରେ ମାଆଙ୍କ ଆଳତୀ କରାଯାଇଛି। ପୁରୁଣା ରାଜବଂଶର ଦାୟଦଙ୍କ ଉପସ୍ଥିତିରେ ନିୟମିତ ଭାବରେ ଧ୍ବଜାଲଗା ସେବା ଦେଇ ଆସୁଥିବା ବ୍ୟକ୍ତିଙ୍କ ଦ୍ବାରା ହିଁ ନୂତନ ଧ୍ବଜା ଲଗାଯାଇଥାଏ। ଚଳିତବର୍ଷ ସେହି ପରମ୍ପରା ଅନୁସାରେ ହିଁ ଧ୍ବଜା ସ୍ଥାପନ କରାଯିବା ସହ ମାଆଙ୍କୁ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରାଯାଇଥିଲା। ମନ୍ଦିର ପ୍ରଶାସନ ଓ ଟ୍ରଷ୍ଟ କମିଟିର ସଦସ୍ୟ ମାନଙ୍କ ସହ ସମସ୍ତ ସେବାୟତ ମାନେ ଏଥିରେ ସହଯୋଗ କରିଥିଲେ। ଏହି ବେଶ ଦେଖିବାକୁ ସମ୍ବଲପୁର ସମେତ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରୁ ମଧ୍ୟ ଶ୍ରଦ୍ଧାଳଙ୍କ ସୁଅ ଛୁଟିଥିଲା ମନ୍ଦିରକୁ।

ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦେଖିବାକୁ ଯେତିକି ଭିଡ ହୁଏ, ମାଆଙ୍କ ରାଜରାଜେଶ୍ବରୀ ବେଶ ଦେଖିବାକୁ ମଧ୍ୟ ତା ଠାରୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଠୁଳ ହୋଇଥାନ୍ତି। ଆଉ ଏହି ଦୁର୍ଲଭ ବେଶ ସହ ଚଳିତବର୍ଷର ଶାରଦୀୟ ଦୂର୍ଗାପୂଜା ଶେଷ ହୋଇଛି।

   Related Posts