ରଜ କୁଇନ୍ ୨୦୨୧ : ଆକାଂକ୍ଷା ବିଶ୍ବାଳ ହେଲେ ରଜ କୁଇନ୍

Published By : Prameya-News7 Bureau | June 17, 2021 IST

ଚଣ୍ଡିଖୋଲ ୧୭।୬: ରଜ ଉପଲକ୍ଷେ ଗତ ୩ ମାସ ହେଲା ଧର୍ମଶାଳା ଅଞ୍ଚଳରେ ଚାଲିଥିବା ରଜ କୁଇନ୍ ପ୍ରତିଯୋଗିତା ଗୁରୁବାର ଶେଷ ହୋଇଛି । ଚଳିତ ବର୍ଷ ୧୨୬୪ ବିଭିନ୍ନ ବର୍ଗର ବାଳିକାମାନେ ଭାଗ ନେଇଥିବା ବେଳେ ଗଡମଧୁପୁର୍ ଅଞ୍ଚଳର ଆକାଂକ୍ଷା ବିଶ୍ବାଳ ରଜ କୁଇନ୍ ଭାବେ ବିବେଚିତ ହୋଇଛନ୍ତି । ବ

ିଚାରକ ଭାବେ ଓଡିଶା ଫିଲ୍ମ ଅଭିନେତ୍ରୀ ଉଷସୀ ମିଶ୍ର, ଏଲିନା ସାମନ୍ତରାୟ, ସୋଫିଆ ଆଲାମ୍ ପ୍ରମୁଖ ଗୁରୁ ଦାୟିତ୍ବ ନେଇଥିଲେ । ସମସ୍ତ ଦିଗକୁ ଚିଚାର କରି ଆକାଂକ୍ଷାଙ୍କୁ ବିଚାରକମାନେ ଏକ ଲାପଟପ, ଉପଢୌକନ ଦେଇ ପୁରସ୍କୃତ କରିଥିଲେ । ଏଥି ସହିତ ସନ୍ତୋଷଜନକ ଅଭିନୟ, ବକ୍ତୃତା, ନୃତ୍ୟ ପାଇଁ ପ୍ରତ୍ୟେକଙ୍କୁ ନଗଦ ୫୦୦୦ ଟଙ୍କା ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ଧର୍ମଶାଳା ଗ୍ୟାଲ୍ସ ୱିଙ୍ଗ୍ କ୍ଷିରାବ୍ଦୀ ତନୟା ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.