Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ନର୍ସ ନିହାରିକା ହତ୍ୟା ଅଭିଯୁକ୍ତ ରାଜାର ବାପା ଓ ମାଆ ଦେଲେ ଏମିତି ପ୍ରତିକ୍ରିୟା

23/09/2019 at 4:02 PM

ଜଗତସିଂହପୁର – ନର୍ସ ନିହାରିକା ହତ୍ୟାକାଣ୍ଡର ଅଭିଯୁକ୍ତ ରାଜା ଏବେ ପୁଲିସ ରିମାଣ୍ଡରେ । ସେ ପୁଲିସ ନିକଟରେ ହତ୍ୟା କରିଥିବା କଥା ସ୍ୱୀକାର କରିଛି । ଏହାର ଡେମୋ ବି କରି ଦେଖାଇଛି । କେବଳ ସେତିକି ନୁହେଁ ସିସିଟିଭିର ହତ୍ୟାକାଣ୍ଡର ଅନେକ ବଳିଷ୍ଟ ପ୍ରମାଣ ପୁଲିସକୁ ମିଳିଛି । ହେଲେ ଏବେ ବି ନିଜ ପୁଅକୁ ନିର୍ଦୋଷ ବୋଲି ଅଭିଯୁକ୍ତ ରାଜାର ବାପା ଓ ମାଆ ଦାବି କରିଛନ୍ତି । ଅଭିଯୁକ୍ତ ରାଜାର ବାପା ତାଙ୍କ ପୁଅ ନିର୍ଦୋଷ ବୋଲି କହିଛନ୍ତି । ତାଙ୍କ ପୁଅ ଏଥିର ସମ୍ପୃକ୍ତ ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ତାଙ୍କ ମାଆ ବି ପୁଅ ଏପରି ନୁହେଁ ସେ ଏହି କାମ କରି ନଥିବ, ଗାଁ ଲୋକଙ୍କୁ ପଚାରି ବୁଝନ୍ତୁ ବୋଲି କହିଛନ୍ତି । ମାତ୍ର ରାଜା ହତ୍ୟାକାରୀ ବୋଲି ଅନେକ ପ୍ରମାଣ ମିଳିଛି । ନିହାରିକାଙ୍କୁ ସେ ବାଇକ୍‌ରେ ଆଣିବା ସହ ହତ୍ୟା କରିବା ପରେ ବସ୍ତାରେ ବାନ୍ଧି ବିଲୁଆଖାଇ ନଦୀରେ ଫିଙ୍ଗିବା ପର୍ଯନ୍ତ ଅନେକ ପ୍ରମାଣ ପୁଲିସ ହାତରେ ଲାଗିଛି । ଏହାର ସିସି ଟିଭି ଫୁଟେଜ୍‌ ବି ପୁଲିସକୁ ହସ୍ତଗତ ହୋଇଛି । ହେଲେ ଏବେ ବି ପୁତ୍ର ମୋହରେ ବାନ୍ଧି ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅଭିଯୁକ୍ତର ବାପା ମାଆ ତାକୁ ନିର୍ଦୋଷ ବୋଲି ସଫେଇ ଦେଇଛନ୍ତି ।

ଏପରି ଘଟିଥିଲା ହତ୍ୟାକାଣ୍ଡ ଘଟଣାକ୍ରମ-

ସେପ୍ଟେମ୍ବର ୮ ତାରିଖ ରାତିରେ ଏହି କାଣ୍ଡକାରଖାନା କରିଥିଲା ରାଜା ୮ ତାରିଖ ଅପରାହ୍ନ ୪ ବେଳେ ଏମ୍‌ଏମ୍‌ ନର୍ସିଂହୋମରୁ ନିହାରିକାଙ୍କୁ ନଇ ରାଜା ଚାଉଳିଆଗଞ୍ଜର ସାଙ୍ଗ ସୁନୀଲର ଭଡାଘରେ ପହଞ୍ଚିଥିଲା । ଘଣ୍ଟାଏ ଦୁଇ ଘଣ୍ଟା ରହିବାପରେ ବାହାଘରକୁ ନେଇ ମତାନ୍ତର ହୋଇଥିଲା । ରାଜା କିଛି କରୁ ନଥିବାରୁ ବିବାହ ପାଇଁ ନିହାରିକା ଅରାଜି ହୋଇଥିଲେ । ନିହାରିକାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ରାଜା । ଏହାପରେ ଏକ ପ୍ଲାଷ୍ଟିକ ଅଖାରେ ନିହାରିକାଙ୍କ ଶବକୁ ବାନ୍ଧିଥିଲା । ନିଜ କଳା ରଙ୍ଗର ହୋଣ୍ଡା ସାଇନ୍‌ ଗାଡିରେ ଲଦି ବିଲୁଆଖାଇ ନଦୀ ପଠାକୁ ଯାଇଥିଲା। ଶବକୁ ନଦୀ ଭିତର ଫିଙ୍ଗି ଦେଇଥିଲା ।
୧୭ ତାରିଖ ଦିନ ଶବ ଭର୍ତ୍ତି ଅଖାଟି ନଦୀ ପଠାରେ ଲାଗିବା ସ୍ଥାନୀୟ ଅଞ୍ଚଳରେ ଖବର ବ୍ୟାପିଯାଇଥିଲା । ଅଖାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ତେବେ ରାଜା ଏହାପରଠାରୁ ଫେରାର ହୋଇଯାଇଥିଲା । ପୁଲିସ ଏହାର ପ୍ରମାଣ ପାଇବା ପରେ ରାଜା ଆତ୍ମସମର୍ପଣ କରିଛି । ଅଧିକ ତଦନ୍ତ ପାଇଁ ପୁଲିସ ରାଜାକୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରି

   Related Posts