ଭାରାରୁ ପଡି ରାଜମିସ୍ତ୍ରୀଙ୍କ ମୃତ୍ୟୁ: ପୋଲିସ୍ ଆରମ୍ଭ କଲା ତଦନ୍ତ

Published By : Prameya-News7 Bureau | October 10, 2020 IST

କେନ୍ଦୁଝର୧୦/୧୦: ଘର ନିର୍ମାଣ ବେଳେ ଭାରାରୁ ପଡି ରାଜମିସ୍ତ୍ରୀଙ୍କ ମୃତ୍ୟୁ। କେନ୍ଦୁଝରର ସାନଶିଆଡିମାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନୂଆ ଘର ନିର୍ମାଣ ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘର ନିର୍ମାଣ ବେଳେ ଭାଡାରୁ ପଡି ରାଜମିସ୍ତ୍ରୀ ମୃତ । ମିଳିଥିବା ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବାଙ୍ଗୁରୁଶୁଣୀ ଗ୍ରାମର ୫୫ ବର୍ଷୀୟ ଜୟପାଲ ପୃର୍ତ୍ତି ସାନଶିଆଡିମାଳ ଗ୍ରାମର ମଦନ ମହାନ୍ତଙ୍କ ଘର ନିର୍ମାଣ କାର୍ଯ୍ୟ କରୁଥିଲେ ।

ଘରର କାନ୍ଥ ଗୁଡ଼ିକ ପ୍ଲାଷ୍ଟର ନିମନ୍ତେ ଭାଡାରେ ଚଢି କାମ କରୁଥିଲେ। ଅଚାନକ ଗୋଡ଼ ଖସିଯିବାରୁ ସେ ତଳେ ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଏକ ଟାଟାମ୍ୟାଜିକ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ଖବର ପାଇ ଦୈତାରୀ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.