Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

୩୫ ବର୍ଷ ପରେ ମିଳିଲା ନ୍ୟାୟ : ରାଜା ମାନସିଂହ ନକଲି ଏନକାଉଣ୍ଟର୍ ମାମଲାରେ ୧୧ ପୋଲିସକର୍ମୀଙ୍କୁ ଆଜୀବନ କାରାଦଣ୍ଡ

22/07/2020 at 4:08 PM

ନୂଆଦିଲ୍ଲୀ ୨୨/୦୭ : ରାଜସ୍ଥାନ ଭରତପୁର ଜିଲ୍ଲା ରାଜା ମାନ ସିଂହଙ୍କ ନକଲି ଏନକାଉଣ୍ଟର ମାମଲାର ଆଜି ଶୁଣାଣି ହୋଇଛି | ମଧୁରା ଜିଲ୍ଲା ନ୍ୟାୟାଳୟ ମାମଲାର ଶୁଣାଣି କରିଛନ୍ତି | ଅଦାଲତ ସମସ୍ତ ୧୧ ପୋଲିସକର୍ମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି | କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଧାରା ୧୪୮, ୧୪୯ ୩୦୨ ଅନୁସାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି | ଧାରା ୧୪୮ ଅନୁସାରେ ୨ ବର୍ଷ କାରାବାସ ଓ ଏକ ହଜାର ଟଙ୍କା ଜରିମାନା ଲଗାଯାଇଛି | ଧାରା ୧୪୯ ଓ ଧାରା ୩୦୨ ଅନୁସାରେ ସମସ୍ତ ୧୧ ପୋଲିସକର୍ମୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି | ଏହି ଏନକାଉଣ୍ଟର ନକଲି ଥିଲା ବୋଲି କୋର୍ଟ କହିଛନ୍ତି | ଏହି ଏନକାଉଣ୍ଟରରେ ରାଜାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିଲା |

ଦୀର୍ଘ ୩୫ ବର୍ଷ ପରେ ରାଜା ମାନ ସିଂହଙ୍କ ପରିବାରକୁ ନ୍ୟାୟ ମିଳିଥିବାରୁ ତାଙ୍କ ପରିବାର ସଦସ୍ୟ ଖୁସି ଅଛନ୍ତି | ସେ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି | ମାନ ସିଂହଙ୍କ ପରିବାର କହିଛି ବିଳମ୍ବରେ ହେଉ ପଛେ କିନ୍ତୁ ନ୍ୟାୟ ମିଳିଲା | ଅପରପକ୍ଷରେ ପୋଲିସ ପକ୍ଷରୁ ଲଢ଼ୁଥିବା ଓକିଲ କହିଛନ୍ତି ଯେ ସେ ଏହି ମାମଲାକୁ ନେଇ ହାଇକୋର୍ଟ ଯିବେ |

ସୂଚନାଯୋଗ୍ୟ ଯେ ମାମଲା ୧୯୮୫ ମସିହା ଫେବୃଆରୀ ୨୧ ତାରିଖର | ଏକ ନକଲି ଏନକାଉଣ୍ଟରରେ ଭରତପୁର ଷ୍ଟେଟର ରାଜା ମାନ ସିଂହଙ୍କ ସମେତ ୩ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା | ରାଜା ମାନସିଂହ ଡିଗ ଶସ୍ୟ ମଣ୍ଡିରେ ଥିବାବେଳେ ଏହି ଏନକାଉଣ୍ଟର ହୋଇଥିଲା | ମାନସିଂହ ସେତେବେଳେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ | ଏହି ନକଲି ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଡିଏସପି କାଁ ସିଂହ ଭାଟିଙ୍କ ସମେତ ୧୭ ପୋଲିସକର୍ମୀ ଥିଲେ |

   Related Posts