Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ନିହାରିକାଙ୍କୁ ହତ୍ୟାକରି ଏହି ବାଇକରେ ଶବ ବନ୍ଧା ବସ୍ତା ନେଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ପ୍ରେମିକ ରାଜା

21/09/2019 at 8:43 PM

ଭୁବନେଶ୍ୱର – ପ୍ରେମ ନାମରେ ବିଷ । ବର୍ଷ ବର୍ଷ ଧରି ଜୀବନସାଥି ଭାବେ ପାଇବାକୁ ଚେଷ୍ଟା କରିଥିବା ପ୍ରେମିକାର ବିଶ୍ୱାସ ଜିତିଥିବା ପ୍ରେମିକ ସାଜିଲା ହତ୍ୟାକାରୀ । ଜୀବନସାଥୀ ନୁହେଁ ଜୀବନ ନେଇଯାଇଛି ଏହି ନର ରାକ୍ଷସ ପ୍ରେମିକ । ପ୍ରେମ ତ୍ୟାଗ ବିଶ୍ୱାସର କଥା କହୁଥିବା ପ୍ରେମିକ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ବି ଚେଷ୍ଟା କରିଥିଲା । ଓଡି ୨୧ ଏଫ୍‌ ୯୦୫୧ ହୋଣ୍ଡା ସାଇନ୍‌ ବାଇକ୍‌ ପଛପଟେ ଶବ ବନ୍ଧା ବସ୍ତାକୁ ନେଇ କଟକରପ ଜଗତସିଂହପୁର ଅଭିମୁଖେ ବାହାରିଥିଲା । ଏହାପରେ ବିଲୁଆଖାଇ ନଦୀରେ ଶବକୁ ଫିଙ୍ଗି ରାଜା ନିଜ ଘରକୁ ପଳାଇଥିଲା ।

ସେପ୍ଟେମ୍ବର ୮ ତାରିଖ ରାତିରେ ଏହି କାଣ୍ଡକାରଖାନା କରିଥିଲା ରାଜା ୮ ତାରିଖ ଅପରାହ୍ନ ୪ ବେଳେ ଏମ୍‌ଏମ୍‌ ନର୍ସିଂହୋମରୁ ନିହାରିକାଙ୍କୁ ନଇ ରାଜା ଚାଉଳିଆଗଞ୍ଜର ସାଙ୍ଗ ସୁନୀଲର ଭଡାଘରେ ପହଞ୍ଚିଥିଲା । ଘଣ୍ଟାଏ ଦୁଇ ଘଣ୍ଟା ରହିବାପରେ ବାହାଘରକୁ ନେଇ ମତାନ୍ତର ହୋଇଥିଲା । ରାଜା କିଛି କରୁ ନଥିବାରୁ ବିବାହ ପାଇଁ ନିହାରିକା ଅରାଜି ହୋଇଥିଲେ । ନିହାରିକାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ରାଜା । ଏହାପରେ ଏକ ପ୍ଲାଷ୍ଟିକ ଅଖାରେ ନିହାରିକାଙ୍କ ଶବକୁ ବାନ୍ଧିଥିଲା ।


ନିଜ କଳା ରଙ୍ଗର ହୋଣ୍ଡା ସାଇନ୍‌ ଗାଡି ଓଡି ୨୧ ଏଫ୍‌ ୯୦୫୧ରେ ଲଦି ବିଲୁଆଖାଇ ନଦୀ ପଠାକୁ ଯାଇଥିଲା। ଶବକୁ ନଦୀ ଭିତର ଫିଙ୍ଗି ଦେଇଥିଲା ।
୧୭ ତାରିଖ ଦିନ ଶବ ଭର୍ତ୍ତି ଅଖାଟି ନଦୀ ପଠାରେ ଲାଗିବା ସ୍ଥାନୀୟ ଅଞ୍ଚଳରେ ଖବର ବ୍ୟାପିଯାଇଥିଲା । ଅଖାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ।


ତେବେ ରାଜା ଏହାପରଠାରୁ ଫେରାର ହୋଇଯାଇଥିଲା । ପୁଲିସ ଏହାର ପ୍ରମାଣ ପାଇବା ପରେ ରାଜା ଆତ୍ମସମର୍ପଣ କରିଛି ।
ଅଧିକ ତଦନ୍ତ ପାଇଁ ପୁଲିସ ରାଜାକୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରିଛି । ଜେଲ୍‌ ଯାଇଛି ରାଜା ।

   Related Posts