ରଜ ପର୍ବ ବିଦାୟୀ ଶୋଭାଯାତ୍ରାରେ ବାଣ ବିସ୍ଫୋରଣ ହୋଇ ୪ ଶିଶୁ ଗୁରୁତର

Published By : Prameya-News7 Bureau | June 19, 2018 IST

ରଜ ପର୍ବ ବିଦାୟୀ ଶୋଭାଯାତ୍ରା ବେଳେ ଅଘଟଣ । ବାଣ ବିସ୍ଫୋରଣ ହୋଇ ୪ ଶିଶୁ ଗୁରୁତର ହୋଇଛନ୍ତି । ଆନନ୍ଦପୁର ଦୁଡୁଗାଁରୁ ଆସିଛି ଏହି ଖବର । ବାଜା ବଜାଇ, ବାଣ ଫୁଟାଇ ବେଶ୍ ଧୁମ ଧୁମାରେ ଚାଲିଥିଲା ରଜ ପର୍ବର ବିଦାୟ ଶୋଭାଯାତ୍ରା । ଟ୍ରାକଟରେ ବସି କେତେ ଜଣ ଶିଶୁ ଗାଁ ପରିକ୍ରମା କରୁଥିଲା । ଏହି ସମୟରେ ଏକ କୁମ୍ପିବାଣରୁ ନିଆଁ ଝୁଲ ଖସି ଟ୍ରାକ୍ଟରରେ ଥିବା ବାଣ ବସ୍ତାରେ ଲାଗିଥିଲା । ଫଳରେ ବାଣଗୁଡ଼ିକ ସବୁ ଫୁଟିବାକୁ ଆରମ୍ଭ ହୋଇଥିଲା । ବାଣ ନିଆଁରେ ଗାଁର ଶିଶୁ ଓମ ଦେହୁରୀ , ରାଜେଶ ଦେହୁରୀ , ବିଦୁ ଦେହୁରୀ , କୁଳମଣି ଦେହୁରୀ ଗୁରୁତର ଆହତ ହୋଇଛନ୍ତି । ସେମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନା ଠାରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ଥୁବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.