ଆଜି ରଜ ଉତ୍ସବର ଶେଷ ଦିନ

Published By : Prameya-News7 Bureau | June 16, 2018 IST

ଆଜି ରଜ ଉତ୍ସବର ଶେଷ ଦିନ । ଆଜିର ଦିନକୁ ଭୂମିଦାହ ବା ଭୂମି ଦହନ ବୋଲି କୁହାଯାଏ । ଘରେ ଘରେ ପୋଡ ପିଠା ସହ ବିଭିନ୍ନ ପିଠାର ମହକ । ପାଦରେ ଅଳତା, ମୁଣ୍ଡରେ କୁଙ୍କୁମ ଲଗାଇ ରଜ ଦୋଳରେ ଝୁଲୁଛନ୍ତି ଝିଅ ବୋହୂ । ଦୋଳି ଖେଳିବା ସହ ପୁଚି ଏବଂ ଅନ୍ୟ ଖେଳରେ ସମୟ ବିତାନ୍ତି ସମସ୍ତେ । ଅନ୍ୟପଟେ ପୁଅମାନେ ଲୁଡୁ, ତାସ, ବାଗୁଡି ଖେଳରେ ମସଗୁଲ୍ ରୁହନ୍ତି । ରଜରେ ଖାଲି ପାଦରେ ଚାଲିଲେ ମାଟି ମା'କୁ ଅପମାନେ ସଦୃଶ ହୋଇଥାଏ । ତେଣୁ କୌଣସି ଝିଅ ବୋହୁ ଖାଲି ପାଦରେ ଚାଲନ୍ତିନି । ଏସବୁ ଭିତରେ ରଜରେ ପାନ ଖାଇବାକୁ କେହି ଭୁଲନ୍ତିନି । ପାନ ଖଣ୍ଡେ ନଖାଇଲେ ରଜ ଯେଭଳି ଫିକା ଲାଗେ । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.