ଭାରତୀୟ ବଂଶୋଦ୍ଭବ ମହାକାଶଚାରୀଙ୍କ ହାତରେ ସ୍ପେସ୍ ଏକ୍ସ ମିଶନ ଦାୟିତ୍ୱ : ଉଡାଇ ସାରିଛନ୍ତି ୟୁଏସ ଯୁଦ୍ଧ ବିମାନ

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ,୧୨/୧୧: ମହାକାଶଚାରୀଙ୍କ ନେତୃତ୍ୱ ନେଲେ ଭାରତୀୟ ବଂଶୋଦ୍ଭବ ।  ଆମେରିକୀ. ମହାକାଶ ଗବେଷଣା ସଂସ୍ଥା ନାସା ଓ ସ୍ପେସଏକ୍ସ ୪ ଜଣ ମହାକାଶଚାରୀଙ୍କୁ ବୁଧବାର ଅନ୍ତରୀକ୍ଷକୁ ପଠାଇଛି । ସେମାନେ ସ୍ପେସ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିବା ସହ ଗୁରୁବାର ପହଁଚିଛନ୍ତି । ଖରାପ ପାଣିପାଗ ଓ ଅନ୍ୟ କାରଣ ପାଇଁ ଏହି ମହାକାଶ ଯାତ୍ରା ବିଳମ୍ବିତ ହୋଇଥିଲା । ଶେଷରେ ବୁଧବାର ଯାତ୍ରୀଙ୍କୁ ଧରି ରକେଟ୍ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହି ମହାକାଶଚାରୀଙ୍କ ଟିମ୍‌ର ନେତୃତ୍ୱ ନେଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ।

ନାସାର କହିବାନୁସାରେ, ଏହି ମହାକାଶଚାରୀଙ୍କ ମଧ୍ୟରେ ଜର୍ମାନୀର ମୌଥିୟସ୍ ମୌରର ରହିଛନ୍ତି । ସେ ମହାକାଶ ଯାତ୍ରା କରିଥିବା ୬୦୦ତମ ବ୍ୟକ୍ତି । ତାଙ୍କୁ ଆଉ ଅନ୍ୟ ୩ ଯାତ୍ରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ସ୍ପେସ୍ ଷ୍ଟେସନରେ ପହଁଚିବାକୁ ପଡିଥିଲା । ମୌଥିୟସଙ୍କ ବ୍ୟତୀତ ଅନ୍ୟ ଅନ୍ତରୀକ୍ଷ ଯାତ୍ରୀଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ରାଜା ଚାରୀ ରହିଛନ୍ତି । ସେ ଆମେରିକୀୟ ବାୟୁ ସେନାର ଲଢୁଆ ବିମାନର ଟ୍ରେନି ପାଇଲଟ୍ ଅଟନ୍ତି । ତାଙ୍କୁ ମିଶନ କମାଣ୍ଡର ଦାୟିତ୍ୱ ମିଳିଛି । ଏନେଇ ରାଜା ଚାରୀ କହିଛନ୍ତି ଯେ, ଏହା ଏକ ମହାନ ଯାତ୍ରା । ଆଶାଠାରୁ ଅଧିକ ଭଲ ଲାଗୁଛି ।

wp:html /wp:html

ବୁଧବାର ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଡ୍ରାଗନ୍ କ୍ୟାପସୁଲ୍ ଉଡାଣ ଭରିଥିଲା । ତେବେ ଖରାପ ପାଣିପାଗ ପାଇଁ ଏହି ଯାତ୍ରା ସାମାନ୍ୟ ବିଳମ୍ବିତ ହୋଇଥିଲା । ବର୍ଷା ରାତିରେ ଏହା ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ସମସ୍ତ ଯାତ୍ରୀମାନେ ନିଜ ପରିବାର ଲୋକଙ୍କୁ ବିଦାୟ ଜଣାଇଥିଲେ ।

ସୂଚନାଯୋଗ୍ୟ, ୨ ଦିନ ପୂର୍ବରୁ ସ୍ପେସ ଏକ୍ସର ମହାକାଶଯାନ ୪ ଯାତ୍ରୀଙ୍କୁ ଧରି ପୃଥିବୀକୁ ଫେରି ଆସିଥିଲା । ଏଥିରେ ନାସାର ମହାକାଶଚାରୀ ସେନ୍ କିମବରା, ମ୍ୟାଗନ୍ ମ୍ୟାକଆର୍ଥର, ଜାପାନର ଅକିହିତୋ ହୋସିଦେ ଓ ଫ୍ରାନ୍ସର ଥୋମସ୍ ପ୍ୟାସ୍କବେଟଙ୍କୁ ଧରି କ୍ୟାସୁପଲ୍ ସ୍ପେସ ସେଣ୍ଟରରେ ପହଁଚିଥିଲା । ସେମାନେ ଅନ୍ତରୀକ୍ଷରେ ୨୦୦ ଦିନ ବିତାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.