Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଗାଁ ମୁଣ୍ଡରେ ସାମୁହିକ ଭାବେ ହେଉନି ଦୋଳି ଖେଳ, କେବଳ ଘରେ ପାଳନ ହେଉଛି ରଜ

14/06/2020 at 3:29 PM

ଭଦ୍ରକ, ୧୪|୦୬ :  ମାଟି ଓ ମେଘର ମିଳନର ପର୍ବ ରଜ । ପ୍ରଥମ ବର୍ଷାର ପହିଲି ପରସ ପାଇ ମାଟି ହୁଏ ରଜବତୀ  । ସତେ ଯେମିତି ବହୁ ଦିନରୁ ପ୍ରତିକ୍ଷୀତ ଏଇ ମାଟି, ବର୍ଷାର ସ୍ପର୍ଶରେ ହୋଇ ଉଠେ ପରିପୂର୍ଣ୍ଣା । ମହକି ଉଠେ ଧରାପୃଷ୍ଠ । ଋତୁମତୀ ଧରାର ସଂକେତ ବହନ କରି ଶୃଙ୍ଗାରରେ ସଜେଇ ହୁଏ ମାଟି ମାଆ  । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦ ଓ ଉଲ୍ଲାସର ପର୍ବ ରଜରେ ଭୁଇଁରେ ଖାଲି ପାଦରେ ଚାଲିବା ମନା । ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ କାଳେ ଏହି ପର୍ବର ପରିକଳ୍ପନା । ଏହି ଅବସରରେ ପୁରପଲ୍ଲୀରେ ଝିଅ ଭୁଆସୁଣୀମାନେ ନୂଆ ପୋଷାକ ପରିଧାନ କରି, ପୋଡପିଠା ଖାଇ, ରଜ ପାନରେ ଓଠ ରଙ୍ଗେଇ, ଅଳତା ଲଗା ପାଦରେ ଗାଁ ଗାଁ ବୁଲନ୍ତି । କିନ୍ତୁ ସବୁ ସାରିଦେଇଛି କାରୋନା । ଭଦ୍ରକ ଜିଲ୍ଲାରେ ସପ୍ତାହ ର ଦୁଇ ଦିନ ସଟଡାଉନ ଥିବାରୁ ପହିଲି ରଜ ଫିକା ପଡିଛି । ଆଉ କିଏ ଘର ଭିତରେ ରଜ ପାଳିଛି ତ କିଏ କାରୋନା ଯୋଦ୍ଧା ଙ୍କୁ ଉପହାର ଦେଇଛି । ଆଉ କିଏ ଅଭାବ ଅନଟନରେ ଥିବା ପରିବାର ଲୋକଙ୍କ ଟିକି ଟିକି ଝିଅଙ୍କୁ ଡ୍ରେସ ବାଣ୍ଟିଛି ।

ପର୍ବର ରାଣୀ ରଜକୁ ଲାଗିଛି କରୋନାର ଗ୍ରହଣ । ଗାଁ ହେଉ କି ସହର ସବୁଠି କରୋନା କୁ ପ୍ରତିହତ କରିବା ପାଇଁ ସରକାର ଜାରି କରିଛନ୍ତି କଟକଣା । ଏହି କଟକଣା ଭିତରେ ପହିଲି ରଜକୁ ନିରାଡ଼ମ୍ବର ଭାବେ ପାଳନ କରୁଛନ୍ତି ସମସ୍ତେ । ଭଦ୍ରକ ଜିଲ୍ଲା ରେ ସପ୍ତାହ ରେ ଦୁଇ ଦିନିଆ ସର୍ଟଡାଉନ କଟକଣା ବଳବତ୍ତର ରହିଛି । ସଟଡାଉନର କଟକଣା ମଧ୍ୟ ପଡିଛି ପହିଲି ରଜ । ଏହା ଭିତରେ ଗାଁ ର ଝିଅ ମାନେ ହାତ ରେ ମେହେନ୍ଦି ଓ ପାଦରେ ଅଳତା ଲଗାଇଛନ୍ତି । ନୂଆ ଡ୍ରେସ ମଧ୍ୟ ପିନ୍ଧିଛନ୍ତି । ପିଠା , ମିଠା , ଆମ୍ବ , ପଣସ ଖାଇ ରଜ ମନାଇଛନ୍ତି । କିନ୍ତୁ କଟକଣା ଯୋଗୁଁ ସାଙ୍ଗଙ୍କ ସହ ଗାଁ ବୁଲିନାହାନ୍ତି । ଗାଁ ମୁଣ୍ଡରେ ସାମୁହିକ ଭାବେ ଦୋଳି ଖେଳ ହେଉନି । ଘର ବାଡ଼ିରେ ଛୋଟିଆ ବାଉଁଶ ଦୋଳିଟିଏ ବାନ୍ଧି ଯିଏ ଯେମିତି ରଜ ଦୋଳିର ପରମ୍ପରାକୁ ବଜାୟ ରଖିଛି । ଏହି ଖେଳ ମଧ୍ୟ ବି ସଚେତନତା ରହିଛି ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମକୁ ପାଳନ ପାଇଁ ଯଥାସାଦ୍ଧ୍ୟ ଚେଷ୍ଟା ମଧ୍ୟ କରିଛନ୍ତି ।

ଅନ୍ୟପଟେ ରାଜା ରେ କାରୋନା ଯୋଦ୍ଧା ଓ ଆର୍ଥିକ ଅନଗ୍ରସର ପରିବାରର କୁନି କୁନି ପିଲାଙ୍କ କଥା ଭୁଲିନାହାନ୍ତି କେତେକ ଅନୁଷ୍ଠାନ । ନିଜେ ରଜ ପାଳନ ନକରି ରଜ ର ଖୁସି ବାଣ୍ଟିଛନ୍ତି । ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ତେଶିଙ୍ଗା ପଞ୍ଚାୟତର ସରପଞ୍ଚ କାରୋନା ଯୋଦ୍ଧାଙ୍କୁ ରଜ ଉପହାର ଦେଇଛନ୍ତି । ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀ , ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଙ୍କ ରଜ ରେ ଶାଢୀ , ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ତାଙ୍କ ମତ ରେ କାରୋନା ଯୋଦ୍ଧା ଭାବେ ଏମାନେ ସବୁବେଳେ ସେବା ଯୋଗାଉଛନ୍ତି । ସେଥି ପାଇଁ ତାଙ୍କ ପାଇଁ ଏହା ରଜ ଭେଟି । ଅନ୍ୟପଟେ ବନ୍ତ ବ୍ଲକର ହାସିନପୁର ଠାରେ ସିଦ୍ଧଦୁର୍ଗା ଚାରିଟେବଲ ଟ୍ରଷ୍ଟ ଆଦିବାସୀ ସମ୍ପ୍ରଦାୟର କୁନି କୁନି ଝିଅ ଙ୍କୁ ଡ୍ରେସ ଦେଇଛି । କାରୋନା ର କଟକଣା ବେଳେ ଆଦିବାସୀ ସମ୍ପ୍ରଦାୟର ଅଧିକାଂଶ ଲୋକେ କାମଧନ୍ଦାକୁ ଯାଇପାରୁନାହାନ୍ତି । ପରିବାର ଚଳାଇବା ତ କଷ୍ଟ , ରଜରେ ଘରର କୁନି ଛୁଆ ଙ୍କୁ ନୂଆ ଡ୍ରେସ ଖଣ୍ଡେ ସପନ ହୋଇଛି । ସେଥି ପାଇଁ ରଜରେ ଡ୍ରେସ ବାଣ୍ଟିଛି ଏହି ସଂଗଠନ । ସଟଡାଉନ ପାଇଁ ଏଥର ଏମିତି  ନିଆରା ରଜ ପାଳନ ହେଉଛି ।

   Related Posts