ଆଜି ରଜ ସଂକ୍ରାନ୍ତି : ଉତ୍ସବ ମୁଖର ସାରା ରାଜ୍ୟ, ଘରେ ଘରେ ପିଠା ଓ ମିଠାର ଆସର

Published By : Prameya-News7 Bureau | June 15, 2019 IST

ଭୁବନେଶ୍ବର ୧୫|୬:   ପଲ୍ଲୀମାଟିକୁ ମୁଖରିତ କରି ଆସିଛି ମଉଜ ମସ୍ତିର ପର୍ବ ରଜ । ଗାଁରୁ ସହର, ସବୁଠି ଉତ୍ସାହ ଓ ଉଦ୍ଦୀପନା । ପିଲାରୁ ବୟସ୍କ, ସମସ୍ତେ ଆନନ୍ଦିତ । କୁଆଁରୀ ମନର ଖୁସି କହିଲେ ନସରେ । କାରଣ ବରଷକ ପରେ ଖୁସିର ପସରା ମେଲି ଆସିଛି ରଜ । ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ସାଙ୍ଗମାନଙ୍କ ସହ ମଉଜ ମଜଲିସ କରିବାର ସତେ ଯେମିତି ଏକ ସୁଯୋଗ । ଆରିସା, କାକରା, ପୋଡ ପିଠାରେ ଗାଁ ଦାଣ୍ଡ ମହକୁଥିବା ବେଳେ କଟମଟ କଲାଣି ରଜଦୋଳି। ତେବେ ଗତକାଲି ପହିଲି ରଜ ଯାଇଥିବା ବେଳେ ଆଜି ଦ୍ବିତୀୟ ରଜ ବା ରଜ ସଂକ୍ରାନ୍ତି । ରଜ ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଆୟୋଜନ କରାଯାଇଛି । କେଉଁଠି ଦୋଳି ଖୋଳର ଆୟୋଜନତ ଆଉ କେଉଁଠି ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.