Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆୟାରଲ୍ୟାଣ୍ଡରେ ‘ରଜ’: ଦେଶ ବାହାରେ ରହି ପରମ୍ପରାକୁ ଭୁଲି ନାହାଁନ୍ତି ଓଡ଼ିଆ, ଦେଖନ୍ତୁ ଭିଡିଓ…

17/06/2020 at 4:55 PM

ଆୟାରଲ୍ୟାଣ୍ଡ୧୫/୬: ଓଡ଼ିଶାର ଗଣପର୍ବ ରଜ। ଏହି ରଜରେ ଓଡ଼ିଆମାନେ କାହିଁ କେତେ ଆୟୋଜନ କରିଥାଆନ୍ତି। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ରଜ ମଉଜ ଫିକା ପଡିଯାଇଛି। ତଥାପି ଓଡ଼ିଶାରେ ଉଣା ଅଧିକେ ରଜର ଝଲକ ଦେଖିବାକୁ ମିଳିଛି। ସମସ୍ତେ କରୋନା କଟକଣାକୁ ମାନି ଘରେ ରହି ରଜ ପାଳନ କରିଛନ୍ତି। କିନ୍ତୁ ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆୟାରଲ୍ୟାଣ୍ଡରେ ରହୁଥିବା ଓଡ଼ିଆ କମ୍ୟୁନିଟି ଓଡିଶାର ସଂସ୍କୃତି ଓ ପରମ୍ପରା ମନେ ରଖିଛନ୍ତି। ଦେଶ ବାହାରେ ରହି ମଧ୍ୟ ଓଡ଼ିଶାର ଗଣପର୍ବ ରଜକୁ ପାଳନ କରୁଛନ୍ତି। ଏହି ଭିଡିଓରେ ରଜ ଗୀତ ‘ବନସ୍ତେ ଡାକିଲା ଗଜ’ ଗୀତ ଗାଇ କିପରି ରଜ ପାଳନ କରୁଛନ୍ତି। ଏହି ଭିଡିଓରେ ସ୍ପଷ୍ଟ ଜଣାପଡୁଛି ଯେ, ଦେଶ ବାହାରେ ରହି ମଧ୍ୟ ଓଡ଼ିଶାର ବାର ମାସର ତେର ପର୍ବକୁ ସେମାନେ ପାଳନ କରିଥାଆନ୍ତି। ଦେଖନ୍ତୁ ଭିଡିଓରେ ରଜ ଗୀତ ବୋଲି ପୋଡ ପିଠା ସହ ନୂଆ ଶାଢ଼ୀ ପିନ୍ଧି, ପାଦରେ ଅଳତା ପିନ୍ଧି ସଜାଇ ହୋଇ ଆୟାରଲ୍ୟାଣ୍ଡରେ ରହୁଥିବା ମହିଳାମାନେ କିପରି ରଜ ପାଳୁଛନ୍ତି….

କେବଳ ସେତିକି ନୁହେଁ ଓଡ଼ିଶାର ପ୍ରତ୍ୟେକ ପର୍ବକୁ ଆୟାରଲ୍ୟାଣ୍ଡରେ ରହୁଥିବା ଓଡ଼ିଆ କମ୍ୟୁନିଟି ବହୁ ଧୂମଧାମ୍‌ରେ ପାଳନ କରିଥାଆନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଘରେ ରହି ରଜ ସେଲିବ୍ରେସନର ଏହି ଭିଡିଓ ସେମାନେ ପ୍ରସ୍ତୁତ କରିଛନ୍ତି। ଯାହା ବି ହେଉ ଦେଶ ବାହାରେ ରହି ଓଡ଼ିଶାର ଗଣପର୍ବ ରଜକୁ ପାଳନ କରିଥିବାରୁ ବିଭିନ୍ନ ମହଲରେ ସେମାନଙ୍କୁ ପ୍ରଶଂସା କରାଯାଇଛି।

   Related Posts