Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କେନ୍ଦ୍ରାପଡାରେ ଧୁମ୍‌ଧାମ୍‌ରେ ପାଳନ ହୋଇଛି ରଜ, ସେପଟେ ଖୋର୍ଦ୍ଧା ବରୁଣେଇ ପୀଠ ସାଂସ୍କୃତିକ ମଞ୍ଚରେ ଜମିଛି ନାଚ ଗୀତର ଆସର

16/06/2019 at 5:23 PM

କେନ୍ଦ୍ରାପଡା। ଖୋର୍ଦ୍ଧା ୧୬|୬: କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ ହୋଇଛି ରଜ । ରଜ ଦୋଳି ଖେଳି, ପାନ ଖାଇ ମଉଜ ମଜଲିସ୍ ରେ ମାତିଯାଇଥିଲେ ସମସ୍ତେ । ସେପଟେ ଗଣ ପର୍ବ ପାଇଁ ଉତ୍ସବ ମୁଖର ଖୋର୍ଦ୍ଧା ବରୁଣେଇ ପୀଠ । ସାଂସ୍କୃତିକ ମଞ୍ଚରେ ଜମିଛି ନାଚ ଗୀତର ଆସର ।

କେନ୍ଦ୍ରାପଡ଼ା ଜଅଁରା ବାରିମୂଳ ଗାଁରେ ରଜ ଧୁମ୍ । ଝିଅମାନେ ସୁସଜ୍ଜିତ ଦୋଳିରେ ଝୁଲିଥିଲେ । ରଜ ପାନ ଖାଇ ମଉଜ ମଜଲିସ୍ ରେ ମାତିଛନ୍ତି ସମସ୍ତେ ।ଗୀତର ତାଳେ ତାଳେ କୁନି କୁନି ପିଲାଙ୍କ ନୃତ୍ୟ ସତରେ ମନମୋହିଲା ଭଳି ।  ଏହି ଅବସରରେ ପୁଚି, ମେହେନ୍ଦୀ, ଝୋଟି, ନାଚ, ଗୀତ ଆଦି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥିଲା । ଏହା ସହ ରଜ କୁଇନ ବାଛାଯାଇଥିଲା ।

ସେପଟେ ରଜ ଉତ୍ସବ ପାଇଁ  ଖୋର୍ଦ୍ଧା ବରୁଣେଇ ପୀଠରେ ନାହିଁ ନଥିବା ଭିଡ଼ ।  ପିଲାଏ ଦୋଳିର ମଜା ନେଇଛନ୍ତି । ମନୋହରୀ ଦୋକାନରୁ ଜମିଛି କିଣାବିକା । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଛି ।

ଆଜି ଶେଷ ରଜ ହୋଇଥିବା ବେଳେ ଆସନ୍ତାକାଲି ବସୁମତୀ ସ୍ନାନ ପାଳନ କରାଯିବ। ଏଥିପାଇଁ ଘରେ ଘରେ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି।

   Related Posts