Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ: ୨୦ହଜାର ଟଙ୍କା ମାଗୁଥିଲେ ଦାଦାବଟି, ବାନ୍ଧିଲା କମିଶନରେଟ ପୋଲିସ

17/10/2020 at 1:29 PM

ଭୁବନେଶ୍ୱର ୧୭।୧୦: ପୁଣି ଥରେ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ। ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଛି ପୋଲିସ । ୨୦ହଜାର ଟଙ୍କା ଦାଦାବାଟି ମାଗିବା ଅଭିଯୋଗରେ ଗିରଫ କରିଛି ପୋଲିସ । ବର୍ତ୍ତମାନ ରାଜାଙ୍କୁ କ୍ୟାପିଟାଲ୍‌ ଥାନାରେ ଜେରା ଚାଲିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଦାବାବଟି ମାଗିବା ଅଭିଯୋଗରେ ରାଜ୍ୟ ଆଚାର୍ଯ୍ୟକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଦାଦାବଟି ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ପୋଲିସ କମିଶନର ସୂଚନା ଦେଇଥିଲେ । ଏହାପୂର୍ବରୁ ମଧ୍ୟ ଅନେକ ଥର ଦାଦାବଟି ଓ ଅନେକ ଅପରାଧିକ ମାମଲାରେ ରାଜା ଆଚାର୍ଯ୍ୟକୁ ଗିରଫ କରିସାରିଛି ପୋଲିସ ।

୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦିହୋଇ ଜେଲ୍‌ରେ ଥିଲେ ଗ୍ୟାଙ୍ଗଷ୍ଟାର ରାଜା । କିଛି ଦିନ ତଳେ ସେ ଜାମିନରେ ଆସିଥିଲେ । ତେବେ ଜାମିନରେ ଆସି , ପୁଣି ଥରେ ନିଜର କଳାସାମ୍ରଜ୍ୟ ବଢାଇବାରେ ଲାଗିଥିଲା । ଯାହାକୁ ବ୍ରେକ୍‌ ଦେଇଛି କମିଶନରେଟ୍‌ ପୋଲିସ । ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ଦାଦା ବଟି ମାଗିବା ଅଭିଯୋଗରେ ଗିରଫ କରିଛି କମିଶନରେଟ୍‌ ପୋଲିସ ।

   Related Posts