ଗିରଫ ପରେ ଚର୍ଚ୍ଚାରେ ରାଜ କୁନ୍ଦ୍ରାଙ୍କ ପୁରୁଣା ଟ୍ୱିଟ୍, ଲେଖିଛନ୍ତି- 'ରାଜନେତାମାନେ ଦେଖୁଛନ୍ତି ପର୍ଣ୍ଣ'

Published By : Prameya-News7 Bureau | July 20, 2021 IST

ମୁମ୍ବାଇ ୨୦।୦୭: ଅଶ୍ଳୀଳ ଭିଡିଓ ବା ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଗିରଫ କରିଛି। ଜୁଲାଇ ୧୯ରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। କୁନ୍ଦ୍ରା ଗିରଫ ହେବା ପରଠାରୁ ତାଙ୍କର ଏକ ପୁରୁଣା ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଏହି ଟ୍ୱିଟରେ ସେ ବେଶ୍ୟାବୃତି ଓ ପର୍ଣ୍ଣୋଗ୍ରାଫି ବିଷୟରେ କହିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ରାଜଙ୍କ ଏକ ପୁରୁଣା ଟ୍ୱିଟ ଭାଇରାଲ ହେବାରେ ଲାଗିଛି।

ଏହି ସମୟରେ ସୋସିଆଲ ମିଡିଆରେ ରାଜ କୁନ୍ଦ୍ରାଙ୍କ ଦୁଇଟି ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ପ୍ରଥମ ଟ୍ୱିଟରେ ସେ ଲେଖିଛନ୍ତି ଯେ ଏଠାରେ ବର୍ତ୍ତମାନ ପର୍ଣ୍ଣ ବନାମ ବେଶ୍ୟାବୃତି ରହିଛି। କ୍ୟାମେରାରେ କାହାକୁ ସେକ୍ସ ପାଇଁ ଦେୟ ଦେବା ଆଇନଗତ କାହିଁକି ? ଏହା ପରସ୍ପରଠାରୁ କିପରି ଭିନ୍ନ ହୋଇପାରେ ? ୨୦୧୨ ମାର୍ଚ୍ଚ ୨୯ ତାରିଖରେ ସେ ଏହି ଟ୍ୱିଟ କରିଥିଲେ। ଏ ବାବଦରେ କୁନ୍ଦ୍ରା ଆଉ ଏକ ଟ୍ୱିଟ ମଧ୍ୟ କରିଛନ୍ତି।

ଦ୍ୱିତୀୟ ଟ୍ୱିଟ ସେ ୨୦୧୨ ମେ' ୩ ତାରିଖରେ କରିଥିଲେ। ଏଥିରେ ସେ ଲେଖିଛନ୍ତି ଯେ ବର୍ତ୍ତମାନ ଅଭିନେତା କ୍ରିକେଟ୍ ଖେଳୁଛନ୍ତି। କ୍ରିକେଟରମାନେ ରାଜନୀତି କରୁଛନ୍ତି ଏବଂ ରାଜନେତାମାନେ ପର୍ଣ୍ଣ ଦେଖୁଛନ୍ତି ଏବଂ ପର୍ଣ୍ଣ ତାରକାମାନେ ଅଭିନୟ କରୁଛନ୍ତି। କୁନ୍ଦ୍ରା ଗିରଫ ହେବା ପରଠାରୁ ପ୍ରାୟ ନଅ ବର୍ଷର ତଳର ଏହି ଦୁଇଟି ଟ୍ୱିଟ୍ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ପୋଲିସ ଏହି ଟ୍ୱିଟ ବିଷୟରେ ରାଜ କୁନ୍ଦ୍ରାଙ୍କୁ ପଚରାଉଚରା କରୁଛି।

{"id":483388,"sizeSlug":"large","linkDestination":"none"}

ଏଥି ସହିତ ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗରଲେ କହିଛନ୍ତି ଯେ ବ୍ୟବସାୟୀ କୁନ୍ଦ୍ରାଙ୍କୁ ସୋମବାର ଦିନ ଅଶ୍ଳୀଳ ଫିଲ୍ମ ଏବଂ କିଛି ଆପ ମାଧ୍ୟମରେ ସୋସିଆଲ ମିଡିଆରେ ପ୍ରକାଶିତ କରିବା ଅଭିଯୋଗରେ ଗିରଫ କରାଯାଇଛି। ସେ କହିଛନ୍ତି ଯେ ଏହି ପୁରା ମାମଲାରେ ରାଜ କୁନ୍ଦ୍ରା ହିଁ ମୁଖ୍ୟ ଷଡଯନ୍ତ୍ରକାରୀ ଭଳି ନଜର ଆସୁଛନ୍ତି ଏବଂ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ମଧ୍ୟ ଅଛି।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୪ ତାରିଖରେ ମାଲୱାନୀ ପୋଲିସ ଷ୍ଟେସନରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତା’ପରେ ଜଣେ ମହିଳା ପୋଲିସ ଷ୍ଟେସନ ଯାଇ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ଗୁରୁତର ଅଭିଯୋଗ ଆଣିଥିଲେ। ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଭିଯୋଗ ଆଧାରରେ ପୋଲିସ କୁନ୍ଦ୍ରାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜ୍ଜୁ କରିଥିଲା ଏବଂ ପୁରା ମାମଲା ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.