Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ରାଜ କୁନ୍ଦ୍ରା ଆପ୍ ଲଞ୍ଚ କରି ଶମିତା ଶେଟ୍ଟୀଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ଯୋଜନା କରିଥିଲେ : ଗେହନା ବଶିଷ୍ଠ

23/07/2021 at 2:58 PM

ମୁମ୍ବାଇ ୨୩/୦୭ : ପର୍ଣ୍ଣ ଭିଡିଓ ନିର୍ମାଣ ମାମଲାରେ ଗିରଫ ହୋଇଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଶୁକ୍ରବାର ମୁମ୍ବାଇର ଏକ କୋର୍ଟ ତାଙ୍କ ପୋଲିସ ହେପାଜତକୁ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ସହକର୍ମୀ ରିଆନ୍ ଥର୍ପେ ମଧ୍ୟ ଜେଲରେ ରହିବେ ।

ପର୍ଣ୍ଣ ଭିଡିଓ ମାମଲାର ତଦନ୍ତରେ ପୋଲିସ ପ୍ରତିଦିନ ନୂଆ ଖୁଲାସା କରୁଛି । ଏଥି ସହିତ ଏହି ମାମଲାରେ ଅଭିଯୁକ୍ତ ଗେହନା ବଶିଷ୍ଠ ରାଜ କୁନ୍ଦ୍ରାଙ୍କ ସପକ୍ଷରେ ବୟାନ ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ବର୍ତ୍ତମାନ ଏହି ମାମଲାରେ ଗେହନା ବଶିଷ୍ଠ ଦାବି କରିଛନ୍ତି ଯେ ରାଜ କୁନ୍ଦ୍ରା ଏକ ଆପ୍ ଲଞ୍ଚ କରିବାକୁ ଯୋଜନା କରୁଥିଲେ ଏବଂ ଏହା ମାଧ୍ୟମରେ ସେ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀଙ୍କୁ ଏକ ବଡ ବ୍ରେକ ଦେବାକୁ ଯୋଜନା କରିଥିଲେ ।

ଏହି ମାମଲାରେ ଗେହନା ବଶିଷ୍ଠଙ୍କୁ ଜେଲ ମଧ୍ୟ ହୋଇଥିଲା । ସେ ବର୍ତ୍ତମାନ ଜାମିନରେ ଅଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥାବାର୍ତ୍ତା କରି ଅଭିନେତ୍ରୀ ଗେହନା ଦାବି କରିଛନ୍ତି ଯେ ରାଜ କୁନ୍ଦ୍ରା ଏକ ଫିଲ୍ମରେ ନିଜ ଶାଳୀ ଶମିତା ଶେଟ୍ଟୀଙ୍କୁ କାଷ୍ଟ କରିଥାନ୍ତେ । ସେ ଦାବି କରିଛନ୍ତି ଯେ ଗିରଫ ହେବାର କିଛି ଦିନ ପୂର୍ବରୁ ସେ ରାଜଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ।

ସେଠାରେ ସେ ଜାଣିବାକୁ ପାଇଥିଲେ ଯେ ସେମାନେ ବଲିଫେମ୍ ନାମକ ଏକ ଆପ୍ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି। ରିୟଲିଟି ସୋ, ଚାଟ୍ ସୋ, ମ୍ୟୁଜିକ୍ ଭିଡିଓ ଏବଂ ନନ ବୋଲ୍ଡ ଫିଲ୍ମରେ ଏହି ଆପ୍ ଦେଖାଇବାକୁ ଯୋଜନା କରୁଥିଲେ। କିଛି ସ୍କ୍ରିପ୍ଟ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ ଏବଂ ଶମିତା ଶେଟ୍ଟୀଙ୍କୁ ଏକ ସ୍କ୍ରିପ୍ଟରେ କାଷ୍ଟ କରିବାକୁ ଯୋଜନା କରିଥିଲେ।

ଗେହନା କହିଛନ୍ତି ଯେ ଏହା ବ୍ୟତୀତ ସେ ସାଇ ତ୍ରାହମଣକର ଏବଂ ଅନ୍ୟ କେତେକ କଳାକାରଙ୍କୁ କାଷ୍ଟିଂ କରିବାକୁ ଚିନ୍ତା କରିଥିଲେ । ସେ କହିଛନ୍ତି ସେ ଏହି ଚଳଚ୍ଚିତ୍ରଗୁଡ଼ିକର ନିର୍ଦ୍ଦେଶକ ଥିଲେ । ଶମିତା ଶେଟ୍ଟୀ ମଧ୍ୟ ଏଥିପାଇଁ ରାଜି ହୋଇଥିଲେ । ଶମିତା ଏହା ବିଷୟରେ ଉମେଶ କାମତଙ୍କୁ କହିଥିଲେ । ତେବେ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସେ କେବେ ଶମିତା ଶେଟ୍ଟୀଙ୍କୁ ଦେଖା କରିନାହାଁନ୍ତି । ଏହି ଫିଲ୍ମ ପାଇଁ ‘ଶମିତା ଶେଟ୍ଟୀଙ୍କ ଫି ବା ସର୍ତ୍ତ କ’ଣ ଥିଲା’ ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ।

   Related Posts