Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପର୍ଣ୍ଣ ଫିଲ୍ମ କେସ୍: ଭାରତୀୟ ଆଇନରୁ ବର୍ତ୍ତିବା ଲାଗି ରାଜ କୁନ୍ଦ୍ରା ବିଦେଶରେ ରେଜିଷ୍ଟ୍ରେସନ କରିଛି କମ୍ପାନୀ, ଇଣ୍ଡଷ୍ଟ୍ରିରେ ନିବେଶ କରିଛି ୧୦ କୋଟି ଟଙ୍କା

20/07/2021 at 2:59 PM

ମୁମ୍ବାଇ ୨୦।୭: ପର୍ଣ୍ଣ ଫିଲ୍ମ କେସ୍‌ର ଗୁମର ଫିଟୁଛି। ଭାରତରେ ଏପରି ଘୃଣ୍ୟ ବ୍ୟବସାୟର ରାଜ କୁନ୍ଦ୍ରା ମୁଖ୍ୟ କାରପଟଦାର ତାର ମଜଭୁତ ପ୍ରମାଣ ପୋଲିସ ହାତରେ ଲାଗିଛି। ଏହା କହିଛନ୍ତି ମୁମ୍ବାଇ ପୋଲିସ କମିସନର ହେମନ୍ତ ନାଗରାଲେ। ଗିରଫ ପରେ କୁନ୍ଦ୍ରାକୁ ଏବେ ପଚରା ଉଚରା କରାଯାଉଛି। ବଲିଉଡ ଅଭିନେତ୍ରୀଙ୍କ ଶିଲ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା।  ଭାରତୀୟ ସାଇବର ଆଇନରୁ ବର୍ତ୍ତିବା ଲାଗି କୁନ୍ଦ୍ରା ବିଦେଶରେ କମ୍ପାନୀ ରେଜିଷ୍ଟ୍ରେସନ କରିଥିଲା। ଏହି କମ୍ପାନୀର ନାମ ‘କେନରିନ୍‌’ ରଖିଥିଲା।

କେନରିନକୁ କୁନ୍ଦ୍ରା ଓ ବ୍ରିଟେନରେ ରହୁଥିବା ତାର ଭାଇ ମିସି ସ୍ଥାପନା କରିଥିଲେ। ଏଥିଲାଗି  ଲାଗି ଭିଡିଓ କ୍ଲିପ୍‌ ଭାରତରେ ସୁଟିଂ ହୋଇ ‘ବି- ଟ୍ରାନ୍ସଫର’ (ଇଣ୍ଟରନେଟ୍ ଫାଇଲ ଟ୍ରାନ୍ସଫର ସେବା) ମାଧ୍ୟମରେ ପଠାଯାଉଥିଲା। ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କୁନ୍ଦ୍ରାର ପ୍ରାୟ ୧୦ କୋଟି ଟଙ୍କା ନିବେଶ ଥିବା ଜଣାପଡିଛି। ପୋଲିସ ପର୍ଣ୍ଣ ଫିଲ୍ମ କେସ୍‌ରେ ଏପର୍ଯ୍ୟନ୍ତ କୁନ୍ଦ୍ରାସମେତ ୧୧ ଜଣଙ୍କୁ ଗିରଫ କଲାଣି। ସୋମବାର ରାତି ପ୍ରାୟ ୯ଟା ବେଳେ ପୋଲିସ ପଚରା ଉଚରା ଲାଗି ରାଜ କୁନ୍ଦ୍ରା ଭୟାଖଲାସ୍ଥିତ କ୍ରାଇମବ୍ରାଞ୍ଚରେ ପହଞ୍ଚିଥିଲା। ପ୍ରାୟ ୨ ଘଣ୍ଟା କାଳ ପଚରା ଉଚରା ପରେ  ପୋଲିସ କୁନ୍ଦ୍ରାକୁ ଗିରଫ କରିଛି। ଏବେ କ୍ରାଇମବ୍ରାଞ୍ଚ ପ୍ରପର୍ଟି ସେଲ କୁନ୍ଦ୍ରାକୁ ମାମଲାରେ ଅଧିକ ପଚରା ଉଚରା ଚଳାଇଛି।

ଭାରତରେ ପର୍ଣ୍ଣ ଫିଲ୍ମ ରାକେଟ୍‌ ନେଇ ପୋଲିସକୁ ଗତ ଫେବୃଆରୀ ମାସରେ ପ୍ରଥମେ ସୂଚନା ମିଳିଥିଲା। ତେବେ ଏହା ପଛରେ ବଲିଉଡ କନେକ୍ସନ ଥିବା ତାର ସେତେବେଳେ କଳ୍ପନା ମଧ୍ୟ କରାଯାଇନଥିଲା। ମୁମ୍ବାଇ ପୋଲିସ ଫେବୃଆରୀରେ ଅଭିନେତ୍ରୀ ଗହନା ବଶିଷ୍ଟ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ପରେ ପୋଲିସ ଖିଅ ଧରି ଆଉ ୩ ଜଣଙ୍କ ପାଖରେ ପହଞ୍ଚିଥିଲା। ମୋଟ ଗିରଫ ଲୋକଙ୍କ ସଂଖ୍ୟା ୯ରେ ପହଞ୍ଚିଥିଲା। ସେତେବେଳେ ଯେଉଁ ଏତଲା ରୁଜୁ ହୋଇଥିଲେ ସେଥିରେ ଅଭିନେତ୍ରୀଙ୍କୁ ନଗ୍ନ ଦୃଶ୍ୟ ସୁଟ୍‌ ଲାଗି ବାଧ୍ୟ କରିବା ଅଭିଯୋଗ ହୋଇଥିଲା। ତେବେଏହା ପଛରେ ଏକ ବିଶାଳ ଇଣ୍ଡଷ୍ଟ୍ରି ଥିବା ନିକଟରେ ଗିରଫ ଉମେଶ କାମତକୁ ପୋଲିସ ପଚରା ଉଚରା କରିବା ବେଳେ ଜଣାପଡିଥିଲା। ଯେଉଁଥିରେ ରାଜ କୁନ୍ଦ୍ରା ମୁଖ୍ୟ କାରପଟଦାର ବୋଲି ପୋଲିସ ସ୍ପଷ୍ଟ ହୋଇଛି।

ଉମେଶଠାରୁ ବଲିଉଡ ଅଣ୍ଡରଗ୍ରାଉଣ୍ଡର ସୂଚନା ମିଳିବା ସହ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଇଣ୍ଡଷ୍ଟ୍ରିର ମୁଖ୍ୟ ପରିଚାଳକ ଥିବା ଜଣାପଡିଥିଲା। ରାକେଟ୍‌ ପର୍ଣ୍ଣ ଫିଲ୍ମ ଲାଗି ଯୁବତୀମାନଙ୍କୁ ବ୍ଲାକମେଲ କରି ଜୋର ଜବରଦସ୍ତ କାମ କରାଉଥିଲେ ବୋଲି କୁନ୍ଦ୍ରାର ଫିଲ୍ମ ରେ କାମ କରିଥିବା କଳାକାର ବୟାନ ମଧ୍ୟ ଦେଇଛନ୍ତି। ମାମଲାର ପୋଲିସ ତଦନ୍ତ ଜାରି ରହିଛି ଆଗକୁ ଆହୁରି ବଡ ରହସ୍ୟର ପର୍ଦ୍ଦାଫାସ ହୋଇପାରେ ବୋଲି ଆକଳନ କରାଯାଉଛି।

   Related Posts