ରାଜ୍‌ କୁନ୍ଦ୍ରାଙ୍କୁ ମିଳିଲା ଜାମିନ୍‌, ପର୍ଣ୍ଣୋଗ୍ରାଫି ମାମଲାରେ ହୋଇଥିଲେ ଗିରଫ

Published By : Prameya-News7 Bureau | September 20, 2021 IST

ମୁମ୍ୱାଇ, ୨୦/୦୯: ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରିବା ମାମଲାରେ ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ଜାମିନ୍‌ ମିଳିଛି । ୫୦ ହଜାର ଟଙ୍କାର ମୁଚାଲିକା ବଦଳରେ ତାଙ୍କୁ ଜାମିନ୍‌ ମିଳିଛି । ପର୍ଣ୍ଣୋଗ୍ରାଫି ମାମଲାରେ ଫସିଥିବା ରାଜ୍ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ପୋଲିସ୍ ଗିରଫ କରିଥିଲା । ଏହି ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିଲା । ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଯୋଡ଼ିବାରେ ଲାଗିଥିଲା । ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆଣିଥିଲା ପୋଲିସ ।

ରାଜ କୁନ୍ଦ୍ରାଙ୍କୁ ପୋଲିସ୍ ଗିରଫ କରିବା ପରେ ତାଙ୍କର ବିଭିନ୍ନ କମ୍ପାନୀ, ବାସଭବନ ଏବଂ ଅଫିସରେ ଚଢଉ କରିଥିଲା ପୋଲିସ୍ ।   ସରକାରୀ ଓକିଲ ଅରୁଣା ପଇ ବମ୍ବେ ହାଇକୋର୍ଟକୁ କହିଥିଲେ ଯେ, ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କ ଦୁଇଟି ଆପରୁ ୫୧ଟି ଅଶ୍ଲୀଳ ଫିଲ୍ମ ଜବତ କରିଛି ପୋଲିସ । ହଟସଟ୍ସ ଆପରୁ ୫୧ଟି ଅଶ୍ଳୀଳ ଓ ଆପତ୍ତି ଜନକ ଫିଲ୍ମ ଭିଡିଓ ଜବତ ହୋଇଛି । ଏହା ସହ ସେ ଆହୁରି କହିଛନ୍ତି କି ଏହି ଫିଲ୍ମ ଗୁଡିକର କନେକ୍ସନ ସିଧା ରାଜ କୁନ୍ଦ୍ରାଙ୍କ ସହ ରହିଛି । ଏଥିପାଇଁ ରାଜ୍ ଓ ରାୟନ୍ ଙ୍କୁ ଗିରଫ କାହିଁକି କରାଗଲା ତାହାର ମଧ୍ୟ କାରଣ ସ୍ପଷ୍ଟ କରାଯାଇଛି ।

ତେବେ ଅରୁଣା ପଇ କୋର୍ଟଙ୍କୁ କହିଥିଲେ କି ରାଜ ଓ ରାୟନ୍ ଦୁହେଁ ମିଶି ଏହି ଘଟଣାର ସମସ୍ତ ହ୍ବାଟ୍ସଆପ୍ ଚାଟ୍ ଡିଲିଟ୍ କରିଛନ୍ତି । ଏହା ସହ ସମସ୍ତ ପ୍ରମାଣ ପତ୍ର ମଧ୍ୟ ନଷ୍ଟ କରୁଥିଲେ । ଏଥିପାଇଁ ପୋଲିସ୍ ଏହି ଦୁଇ ଜଣଙ୍କୁ ଗିରଫ୍ କରିଛି । ଭିଡିଓ କନଫରେନ୍ସିଂ ଜରିଆରେ ଜଜ୍‌ ଏ.ଏସ୍ ଗଡକରୀ କହିଛନ୍ତି କି ରାଜ ଓ ରାୟନଙ୍କ ବିରୋଧରେ ଅଶ୍ଳୀଳ କମେଣ୍ଟ ଷ୍ଟ୍ରିମିଂ କରିବାର ଗମ୍ଭୀର ଆରୋପ ଲାଗିଛି । ଏନେଇ ପୋଲିସ୍  ଫୋନ୍ ଓ ଷ୍ଟୋରେଜ୍ ଡିଭାଇସରୁ କଣ୍ଟେଣ୍ଟ ମଧ୍ୟ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.