Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପତ୍ନୀଙ୍କ ସହ ମନ୍ଦିରରେ ପହଞ୍ଚିଲେ ରାଜ କୁନ୍ଦ୍ରା, ଜେଲରୁ ମୁକୁଳିବା ପରେ ପ୍ରଥମ ଥର ଏକାଠି ନଜର ଆସିଲେ

9/11/2021 at 2:55 PM

ମୁମ୍ବାଇ ୦୯/୧୧: ଅଶ୍ଳୀଳ ଭିଡିଓ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା କିଛି ଦିନ ପୂର୍ବରୁ ଜେଲରୁ ମୁକ୍ତ ହୋଇଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀ ଗଣମାଧ୍ୟମ ଆଖିରୁ ନିଜକୁ ଦୂରେଇ ରଖିଥିଲେ। ଯଦିଓ ଖୁବ୍ ଶୀଘ୍ର ସେ ପାପାରାଜିଙ୍କ ସାମ୍ନାରେ ହାଜର ହେବାକୁ ଲାଗିଲେ କିନ୍ତୁ ରାଜ ସର୍ବସାଧାରଣରେ ଦେଖାଯାଇ ନଥିଲା। ଜେଲରୁ ମୁକୁଳିବା ପରେ ତାଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ତାଙ୍କ ସହ ଶିଳ୍ପା ଶେଟ୍ଟୀ ମଧ୍ୟ ନଜର ଆସିଛନ୍ତି। ଉଭୟ ପୂଜା କରିବା ପାଇଁ ଧମର୍ଶାଳାର ଏକ ମନ୍ଦିରରେ ପହଞ୍ଚିଛନ୍ତି।

ଶିଳ୍ପା ବର୍ତ୍ତମାନ ତାଙ୍କ ପରିବାର ସହିତ ହିମାଚଳ ପ୍ରଦେଶରେ ଅଛନ୍ତି। ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଫଟୋରେ ଶିଳ୍ପା ଶକ୍ତିପୀଠ ମା ଜ୍ୱାଳାମୁଖୀ ମନ୍ଦିରର ସିଡ଼ି ଆଡକୁ ନିର୍ଦ୍ଦେଶ କରୁଛନ୍ତି। ଭିଡିଓରେ ସେ ମନ୍ଦିର ବାହାରର ଦୃଶ୍ୟ ଦେଖାଇଛନ୍ତି। ଶିଳ୍ପା ରାଜଙ୍କ ସହ କୌଣସି ଫଟୋ ସେୟାର କରିନାହାଁନ୍ତି କିନ୍ତୁ ତାଙ୍କ ପ୍ରଶଂସକମାନେ ଉଭୟଙ୍କ ଏକାଠି ଫଟୋ ଲିକ୍ କରିଛନ୍ତି।

ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାଜ ଏବଂ ଶିଳ୍ପା ହାତ ଧରା ଧରି ହୋଇ ଚାଲୁଥିବା ଦେଖାଯାଇଛି। ଗୋଟିଏ ଫଟୋରେ ଶିଳ୍ପା ଏବଂ ରାଜ ମନ୍ଦିରର ପୁରୋହିତଙ୍କ ସହିତ ଠିଆ ହୋଇଛନ୍ତି। ଏହି ସମୟରେ ଶିଳ୍ପା ହଳଦିଆ ସାଲୱାର ସୁଟ ପିନ୍ଧିଥିବା ବେଳେ ରାଜ ହଳଦିଆ କୁର୍ତ୍ତା ଏବଂ ଧଳା ପାଇଜାମା ପିନ୍ଧିଥିବାର ନଜର ଆସିଛନ୍ତି।

   Related Posts