ରାଜ କୁନ୍ଦ୍ରାଙ୍କ ବଡ ଖୁଲାସା: କହିଲେ, ପୂର୍ବ ପତ୍ନୀଙ୍କର ଥିଲା ମୋ ଭିଣୋଇଙ୍କ ସହ ଆଫେୟର୍

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ ୧୩/୦୬: ଆଜି ରାଜ କୁନ୍ଦ୍ରା ଦୁନିଆର ବଡ ବ୍ୟବସାୟୀମାନଙ୍କ ମଧ୍ୟରେ ଏକ ଜଣାଶୁଣା ନାମ । ସେ ଲଣ୍ଡନରେ ଅବସ୍ଥିତ ଭାରତୀୟ ମୂଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ଏଥି ସହିତ, ଭାରତର ଲୋକମାନେ ତାଙ୍କୁ ଜଣେ ସଫଳ ବ୍ୟବସାୟୀ ଭାବରେ କମ୍ ଜାଣନ୍ତି ଏବଂ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ ଭାବରେ ଅଧିକ ଜାଣନ୍ତି । ଶିଳ୍ପା ଶେଟ୍ଟୀଙ୍କ ସହ ରାଜ କୁନ୍ଦ୍ରାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ କବିତା କୁନ୍ଦ୍ରାଙ୍କୁ ବିବାହ କରିଥିଲେ, ଯାହାଙ୍କ ବିଷୟରେ ସେ ଦୀର୍ଘ ଦିନ ପରେ ଏକ ବଡ଼ ଖୁଲାସା କରିଛନ୍ତି।

{"width":661,"height":371}
PunjabKesari

ଛାଡପତ୍ରର ପ୍ରାୟ ୧୧ ବର୍ଷ ପରେ ରାଜ କୁନ୍ଦ୍ରା ନୀରବତା ଭାଙ୍ଗି କହିଛନ୍ତି ଯେ ଛାଡପତ୍ର ପାଇଁ ତାଙ୍କର ପ୍ରଥମ ପତ୍ନୀ କେବଳ ଦାୟୀ। ଏକ ଇଣ୍ଟରଭ୍ୟୁରେ ରାଜ କୁନ୍ଦ୍ରା କହିଛନ୍ତି, ମୋ ମା’ କବିତାଙ୍କୁ ମୋ ଭଉଣୀର ସ୍ୱାମୀଙ୍କ ସହ ଅନେକ ଥର ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । କବିତା ମୋ ଭିଣୋଇଙ୍କ ଅତି ନିକଟତର ହୋଇ ଯାଇଥିଲେ । ବିଶେଷକରି ଯେତେବେଳେ ମୁଁ ବିଜନେସ୍ ପାଇଁ ବାହାରକୁ ଯାଉଥିଲି, ଦୁହେଁ ଏକାଠି ଅନେକ ସମୟ ବିତାଉଥିଲେ । ରାଜ କୁନ୍ଦ୍ରାଙ୍କ ଅନୁଯାୟୀ, 'ମୋର ଅନେକ ପରିବାର ସଦସ୍ୟ ଏପରିକି ମୋର ଡ୍ରାଇଭର ମଧ୍ୟ ଦୁହିଁଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ଅନୁଭବ କରିଥିଲେ।

{"width":670,"height":446}
PunjabKesari

ମୋର ପୂର୍ବ ପତ୍ନୀ କବିତା ଏବଂ ଭିଣୋଇ ବଂଶୀ ଏକାଠି କାମ କରିବାକୁ ଯାଉଥିଲେ, ଗୋଟିଏ ରୁମରେ ବସୁଥିଲେ । ମୋ ଭଉଣୀ ଏବଂ ତାଙ୍କ ସ୍ୱାମୀ ଭାରତ ବାହରକୁ ଯାଇଥିଲେ । ସେମାନେ ବ୍ରିଟେନରେ ସେଟଲ୍ ହେବାକୁ ଚାହୁଁଥିଲେ । ମୋ ଭଉଣୀ ଏବଂ ତାଙ୍କ ସ୍ୱାମୀ ଭାରତ ଫେରି ଆସିବା ପରେ ଭଉଣୀ ଗର୍ଭବତୀ ଥିଲେ । ଏହା ପରେ ଦିନେ ମୋ ଭଉଣୀ ମୋତେ କଲ୍ କରିଥିଲେ ଏବଂ ସେ କାନ୍ଦୁଥିଲେ । ସେ ତାଙ୍କ ସ୍ୱାମୀଙ୍କ ଆଲମାରୀରୁ ଆଉ ଏକ ଫୋନ୍ ପାଇଥିଲେ ଯେଉଁଥିରେ ବ୍ରିଟେନର ନମ୍ବରରୁ ମେସେଜ୍ ଆସିଥିଲା । ଏଥିରେ, ଦୁହେଁ ପରସ୍ପର ସହିତ ବିତାଇଥିବା ସମୟ ଏବଂ ଶାରୀରିକ ସମ୍ପର୍କ ବିଷୟରେ କଥାବାର୍ତ୍ତା କରୁଥିଲେ, ଯାହା ମୁଁ ପୁନରାବୃତ୍ତି କରିବାକୁ ଚାହେଁ ନାହିଁ । ଯେତେବେଳେ ମୁଁ ସେହି ଫୋନ୍ ନମ୍ବର୍ ଟ୍ରେସ୍ କରିଥିଲି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି କି ସେହି ନମ୍ବର ମୋର ଘର ପାଖର ଏକ ଟାୱାର୍ ସହ ସଂଯୋଗ ହୋଇଥିଲା । ଦିନେ କବିତା ସପିଙ୍ଗରେ ଯାଇଥିବା ସମୟରେ ତାଙ୍କ ଫୋନ୍ ମୋତେ ବାଥରୁମରୁ ମିଳିଥିଲା । ସେଥିରେ ମୁଁ ଭିଣୋଇ ଏବଂ କବିତାଙ୍କ ସମସ୍ତ ମେସେଜ୍ ଦେଖିଥିଲି ।

ରାଜ କୁନ୍ଦ୍ରା କହିଛନ୍ତି ଯେ, ଅନେକ ସମୟରେ ସତ୍ୟ କହିବାକୁ ଚାହିଁ ମଧ୍ୟ କହିହୁଏ ନାହିଁ କାରଣ ଏଥିରେ ଅନେକ ପରିବାର ସଦସ୍ୟ ଜଡିତ ହୋଇଥାନ୍ତି । ଏତେ ବର୍ଷ ପରେ ସତ କହିସାରିବା ପରେ, ମୁଁ ବର୍ତ୍ତମାନ ବହୁତ ହାଲୁକା ଅନୁଭବ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.