ଡାର୍ଟି ଫିଲ୍ମ ମାମଲା, ହ୍ବାଟସ୍‌ଆପ୍‌ ଚାଟରୁ ସୁରାକ୍‌ ପାଇଲା ମୁମ୍ୱାଇ ପୋଲିସ୍‌ ! ଇଣ୍ଟରନ୍ୟାସନାଲ ବଜାରରେ ଭିଡିଓ ବିକ୍ରି ନେଇ ହୋଇଥିଲା ଯୋଜନା

Published By : Prameya-News7 Bureau | July 23, 2021 IST

ମୁମ୍ୱାଇ, ୨୩/୦୭: ରାଜ୍‌ କୁନ୍ଦ୍ରାଙ୍କ ଡର୍ଟି ଫିଲ୍ମ ମାମଲା । ଇଣ୍ଟରନ୍ୟାସନାଲ ଲବଲରେ ୯କୋଟି ଟଙ୍କାରେ ୧୨୧ଟି ଭିଡିଓ ବିକିବାକୁ ଯୋଜନା କରିଥିଲେ ରାଜ୍‌ କୁନ୍ଦ୍ରା । ହ୍ବାଟସ୍‌ଆପ୍‌ ଚାଟରୁ ମୁମ୍ବାଇ ପୋଲିସକୁ ମିଳିଛି ଏମିତି କିଛି ସୁରାକ୍‌ । ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ କୋର୍ଟ ୨୭ଜୁଲାଇ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି । ସେପଟେ ରାଜକୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌ ।

ମୁମ୍ବାର ଜୁହୁରେ ଥିବା ଶିଳ୍ପାଙ୍କ ଘରକୁ ଯାଇ ପଚରାଉଚରା କରିଛି । କୁନ୍ଦ୍ରାଙ୍କ ବିୟନ୍‌ କମ୍ପାନୀରେ ଡାଇରେକ୍ଟର ଅଛନ୍ତି ଶିଳ୍ପା ସେଟ୍ଟୀ । କୁହାଯାଉଛି ରାଜ୍‌ କୁନ୍ଦ୍ର ଏବଂ ଶିଳ୍ପାଙ୍କୁ ସାମ୍ନାସାମ୍ନି ଜେରା କରିପାରେ କ୍ରାଇମବ୍ରାଞ୍ଚ । ନିକଟରେ ମୁମ୍ବାଇର ଅନ୍ଧେରୀରେ ଥିବା ବିୟନ କମ୍ପାନୀ ଉପରେ ରେଡ୍‌ କରିଥିବା କ୍ରାଇମବ୍ରାଞ୍ଚ ଟିମ୍‌କୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି । ପର୍ଣ୍ଣ ଭିଡିଓ ବିକ୍ରି ପାଇଁ ଇଣ୍ଟରନ୍ୟାସନାଲ ଲେବଲରେ ଡିଲ୍‌ ହୋଇଥିବା ବେଳେ ଏହାରି ଭିତରେ କୁନ୍ଦ୍ରାଙ୍କର ଏକ ଇମେଲ ମଧ୍ୟ ପଦାକୁ ଆସିଛି । ଯେଉଁଥିରେ କୁନ୍ଦ୍ରାଙ୍କ ଡର୍ଟି ଫିଲ୍ମ ମେକିଂକୁ ନେଇ କିଛି ନିୟମ କରାଯାଇଥିବା ଦେଖିବାକୁ ମିଳିଛି ।

ଅଶ୍ଳୀଳ ଫିଲ୍ମର ଏହି ପ୍ରୋଜେକ୍ଟର ନାଁ `ଖ୍ବାବ୍‌’ ଦିଆଯାଇଥିଲା । ଡର୍ଟିଫିଲ୍ମ ମାମଲାରେ ଏପର୍ଯ୍ୟନ୍ତ ରାଜ୍‌ କୁନ୍ଦ୍ରାଙ୍କ ସମେତ ମୋଟ ୧୧ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି ଜଣାପଡ଼ିଛି । ଯେଉଁଥିରେ କୁନ୍ଦ୍ରାଙ୍କ ଭିଣୋଇଙ୍କ ପାଳି ବି ପଡ଼ିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.